ନିର୍ବାଚନ ଆୟୋଗ 
                
                
                
                
                
                    
                    
                        ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକ୍ରମେ ସିମ୍ବଲ ଲୋଡିଂ ୟୁନିଟ୍ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲ ଜାରି କଲେ ନିର୍ବାଚନ ଆୟୋଗ
                    
                    
                        
                    
                
                
                    Posted On:
                01 MAY 2024 4:18PM by PIB Bhubaneshwar
                
                
                
                
                
                
                ଭାରତ ନିର୍ବାଚନ ଆୟୋଗ ଆଜି ସିମ୍ବଲ ଲୋଡିଂ ୟୁନିଟ୍ – ଏସଏଲୟୁ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲ ଜାରି କରିଛନ୍ତି । ୨୦୨୩ ବର୍ଷର ରିଟ୍ ପିଟିସନ (ସିଭିଲ) ସଂଖ୍ୟା ୪୩୪ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ୨୬ ଏପ୍ରିଲ ୨୦୨୪ରେ ଦେଇଥିବା ଆଦେଶକୁ ଅନୁସରଣ କରି ଆୟୋଗ ଏହି ନୋଟିସ ଜାରି କରିଛନ୍ତି । ଏସଏଲୟୁ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲକୁ ଲାଗୁ କରିବା ନିମନ୍ତେ ଆବଶ୍ୟକ ମୌଳିକ ଭିତ୍ତିଭୂମି ଏବଂ ବ୍ୟବସ୍ଥା ପ୍ରସ୍ତୁତ କରିବା ଲାଗି ସବୁ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 
୧ ମଇ ୨୦୨୪ ପରେ ଯେଉଁସବୁ ଭିଭିପିଏଟି ମେସିନରେ ସିମ୍ବଲ ଲୋଡିଂ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇସାରିଛି ସେସବୁ ମାମଲାରେ ସଂଶୋଧିତ ପ୍ରୋଟୋକଲ ଲାଗୁହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଥିଲେ । ତଦନୁଯାୟୀ ଏହାକୁ କାର୍ଯ୍ୟକାରୀ କରାଯିବ । 
ଏ ସଂକ୍ରାନ୍ତରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ଏସଓପି ଏବଂ ନିର୍ଦ୍ଦେଶନାମା ଜାରି କରାଯାଇଛି ଯାହା ନିମ୍ନରେ ଦିଆଗଲା : 
https://www.eci.gov.in/eci-backend/public/api/download?
 
******
P.S/Swadhin/PIB Bhubaneswar
                
                
                
                
                
                (Release ID: 2019364)
                Visitor Counter : 142
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Hindi_MP 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam