ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଚୟନ ହେଲା ଏଫଟିଆଇଆଇ ଛାତ୍ରଙ୍କ ଫିଲ୍ମ ‘‘ସନ୍‌ଫ୍ଲାୱାର୍ସ ୱେର୍‌ ଦ ଫର୍ଷ୍ଟ ୱନ୍ସ ଟୁ ନୋ’’


ଚିଦାନନ୍ଦ ନାଏକ (ନିର୍ଦ୍ଦେଶକ) ଏବଂ ତାଙ୍କ ସହଯୋଗୀଙ୍କ ଦ୍ୱାରା ଏଫଟିଆଇଆଇର ବର୍ଷାନ୍ତ ସମନ୍ୱିତ ଅଭ୍ୟାସ ନିମନ୍ତେ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ଲା ସିନେଫ୍‌ରେ ହେବ ପ୍ରଦର୍ଶିତ

Posted On: 24 APR 2024 11:36AM by PIB Bhubaneshwar

ଫ୍ରାନ୍ସର ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବର ‘ଲା ସିନେଫ୍’ ପ୍ରତିଯୋଗିତାମୂଳକ ବିଭାଗରେ ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏଫଟିଆଇଆଇ)ର ଛାତ୍ର ଚିଦାନନ୍ଦ ନାଏକଙ୍କ ଗୋଟିଏ ଚଳଚ୍ଚିତ୍ର ‘‘ସନ୍‌ଫ୍ଲାୱାର୍ସ ୱେର୍ ଦ ଫର୍ଷ୍ଟ ୱନ୍ସ ଟୁ ନୋ’’ ମନୋନୀତ ହୋଇଛି । ଆସନ୍ତା ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହେବ। ନୂତନ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ବିଭାଗଟି ମହୋତ୍ସବର ଏକ ମାନ୍ୟତାପ୍ରାପ୍ତ ବିଭାଗ ହୋଇଥିବା ବେଳେ ଏହା ବିଶ୍ୱବ୍ୟାପୀ ଚଳଚ୍ଚିତ୍ର ପ୍ରଶିକ୍ଷଣ ଅନୁଷ୍ଠାନର ଚଳଚ୍ଚିତ୍ରଗୁଡ଼ିକୁ ସ୍ୱୀକୃତି ପ୍ରଦାନ କରିଥାଏ।

ସମଗ୍ର ବିଶ୍ୱର ଚଳଚ୍ଚିତ୍ର ପ୍ରଶିକ୍ଷଣ ଅନୁଷ୍ଠାନଗୁଡ଼ିକ ଦ୍ୱାରା ଦାଖଲ କରାଯାଇଥିବା ମୋଟ ୨,୨୬୩ଟି ଚଳଚ୍ଚିତ୍ର ମଧ୍ୟରୁ ଚୟନ କରାଯାଇଥିବା ୧୮ଟି କ୍ଷୁଦ୍ର (୧୪ଟି ଲାଇଭ୍-ଆକ୍ସନ ଏବଂ ୪ଟି ଆନିମେଟେଡ୍ ଚଳଚ୍ଚିତ୍ର) ମଧ୍ୟରୁ ଏହି ଚଳଚ୍ଚିତ୍ରଟି ଅନ୍ୟତମ । କାନ୍ସର ‘ଲା ସିନେଫ୍’ ବିଭାଗରେ ଏହା ଏକମାତ୍ର ଭାରତୀୟ ଚଳଚ୍ଚିତ୍ର। ଆସନ୍ତା ମେ ୨୩ ତାରିଖରେ ବୁନୁଏଲ୍ ଥିଏଟରରେ ପୁରସ୍କୃତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ପୂର୍ବରୁ ଆୟୋଜିତ ଏକ ସମାରୋହରେ ବିଚାରକ ମଣ୍ଡଳୀ ଲା ସିନେଫ୍ ପୁରସ୍କାର ପ୍ରଦାନ କରିବେ।

‘‘ସନ୍‌ଫ୍ଲାୱାର୍ସ ୱେର୍ ଦ ଫର୍ଷ୍ଟ ୱନ୍ସ ଟୁ ନୋ’’ ଗାଁର କୁକୁଡ଼ା ଚୋରି କରୁଥିବା ଜଣେ ବୃଦ୍ଧା ମହିଳାଙ୍କ କାହାଣୀ, ଯାହା ସ୍ଥାନୀୟ ସମାଜକୁ ଅସ୍ତବ୍ୟସ୍ତ କରିଦେଇଥାଏ । କୁକୁଡ଼ାକୁ ଫେରାଇ ଆଣିବା ପାଇଁ ଭବିଷ୍ୟବାଣୀ କରାଯାଇ ବୃଦ୍ଧାଙ୍କ ପରିବାରକୁ ନିର୍ବାସନରେ ପଠାଯାଇଥାଏ।

ସମ୍ମାନଜନକ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଥମ ଥର ପାଇଁ ବର୍ଷିକିଆ ଟେଲିଭିଜନ ପାଠ୍ୟକ୍ରମର ଜଣେ ଛାତ୍ରଙ୍କ ଫିଲ୍ମ ଚୟନ କରାଯାଇଛି ।

ସିନେମା ଏବଂ ଟେଲିଭିଜନ କ୍ଷେତ୍ରରେ ଶିକ୍ଷା କ୍ଷେତ୍ରରେ ଅଭ୍ୟାସ ଭିତ୍ତିକ ସହ-ଶିକ୍ଷଣ ଆଭିମୁଖ୍ୟ ଉପରେ ଏଫଟିଆଇଆଇର ଅନନ୍ୟ ଶିକ୍ଷାଦାନ ଏବଂ ଗୁରୁତ୍ୱାରୋପ ଫଳରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ଏହାର ପୂର୍ବତନ ଛାତ୍ରଛାତ୍ରୀମାନେ ବର୍ଷ ବର୍ଷ ଧରି ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଶଂସିତ ହୋଇଛନ୍ତି ।

ଏଫଟିଆଇଆଇର ଏହି ଚଳଚ୍ଚିତ୍ରଟି ଟିଭି ୱିଙ୍ଗ୍ ବର୍ଷିକିଆ କାର୍ଯ୍ୟକ୍ରମ ଦ୍ୱାରା ପ୍ରଯୋଜିତ ଅଟେ, ଯେଉଁଠାରେ ବିଭିନ୍ନ ବିଷୟ ଯଥା ନିର୍ଦ୍ଦେଶନା, ଇଲେକ୍ଟ୍ରୋନିକ୍ ସିନେମାଟୋଗ୍ରାଫି, ସମ୍ପାଦନା, ସାଉଣ୍ଡ ବିଭାଗର ଚାରି ଜଣ ଛାତ୍ରଛାତ୍ରୀ ବର୍ଷ ଶେଷ ସମନ୍ୱିତ ଅଭ୍ୟାସ ଭାବରେ ଗୋଟିଏ ପ୍ରକଳ୍ପ ପାଇଁ ଏକାଠି କାମ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ଚିଦାନନ୍ଦ ଏସ ନାୟକ, ସୁଟିଂ କରିଛନ୍ତି ସୁରଜ ଠାକୁର, ସମ୍ପାଦନା କରିଛନ୍ତି ମନୋଜ ଭି ଏବଂ ସାଉଣ୍ଡ ଦେଇଛନ୍ତି ଅଭିଷେକ କଦମ ।

******

P.S/Swadhin

 


(Release ID: 2018752) Visitor Counter : 82