ନିର୍ବାଚନ ଆୟୋଗ

ଲୋକସଭା ସାଧାରଣ ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ପ୍ରକାଶ ପାଇବ ବିଜ୍ଞପ୍ତି


୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୪ଟି ସଂସଦୀୟ ଆସନ ଏବଂ ମତଦାନ ସ୍ଥଗିତ ରହିଥିବା ମଧ୍ୟପ୍ରଦେଶର ୨୯-ବେତୁଲ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ୭ ମେ ୨୦୨୪ରେ ହେବ ମତଦାନ

ସମସ୍ତ ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି ୧୯ ଏପ୍ରିଲ ୨୦୨୪

Posted On: 11 APR 2024 2:04PM by PIB Bhubaneshwar

ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ୨୦୨୪ ପାଇଁ ନାମାଙ୍କନପତ୍ର ଦାଖଲ ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଲୋକସଭା ନିର୍ବାଚନ ୨୦୨୪ରେ ହେବାକୁ ଥିବା ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୪ଟି ସଂସଦୀୟ କ୍ଷେତ୍ର (ପିସି) ପାଇଁ ଆସନ୍ତାକାଲି ଅର୍ଥାତ୍ ୧୨.୦୪.୨୦୨୪ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ମତଦାନ ସ୍ଥଗିତ ରହିଥିବା ମଧ୍ୟପ୍ରଦେଶର ୨୯-ବେତୁଲ (ଏସଟି) ପିସି ନିର୍ବାଚନ ପାଇଁ ମଧ୍ୟ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ।

ମଧ୍ୟପ୍ରଦେଶର ୨୯-ବେତୁଲ (ଏସଟି) ସଂସଦୀୟ କ୍ଷେତ୍ରରେ ସ୍ଥଗିତ ନିର୍ବାଚନ ସହ ଏହି ୯୪ଟି ସଂସଦୀୟ କ୍ଷେତ୍ରରେ ମତଦାନ ୦୭.୦୫.୨୦୨୪ରେ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ମଧ୍ୟପ୍ରଦେଶର ୨୯-ବେତୁଲ (ଏସଟି) ସଂସଦୀୟ କ୍ଷେତ୍ରରେ ନିର୍ବାଚନ ବହୁଜନ ସମାଜ ପାର୍ଟିର ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ ସ୍ଥଗିତ ରଖାଯାଇଥିଲା।

ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ହେଲା ଆସାମ, ବିହାର, ଛତିଶଗଡ଼, ଦାଦରା ଓ ନଗର ହାଭେଲି ଏବଂ ଦାମନ ଓ ଦିଉ, ଗୋଆ, ଗୁଜରାଟ, ଜମ୍ମୁ ଓ କଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ।

ତୃତୀୟ ପର୍ଯ୍ୟାୟର କାର୍ଯ୍ୟସୂଚୀ ନିମ୍ନରେ ଦିଆଯାଇଛି :

********

P.S/Swadhin



(Release ID: 2017678) Visitor Counter : 74