ନିର୍ବାଚନ ଆୟୋଗ

ଲୋକସଭା ନିର୍ବାଚନ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ୧୨୧୦ ଜଣ ପ୍ରାର୍ଥୀ ଲଢ଼ିବେ ନିର୍ବାଚନ


ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବାହ୍ୟ ମଣିପୁର ବ୍ୟତୀତ ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ୮୮ଟି ସଂସଦୀୟ କ୍ଷେତ୍ର ପାଇଁ ୨୬୩୩ ପ୍ରାର୍ଥିପତ୍ର ଦାଖଲ

Posted On: 09 APR 2024 11:27AM by PIB Bhubaneshwar

ଲୋକସଭା ନିର୍ବାଚନ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ୧୨୦୬ ଜଣ ପ୍ରାର୍ଥୀ ଏବଂ ବାହ୍ୟ ମଣିପୁର ସଂସଦୀୟ ନିର୍ବାଚନ ମଣ୍ଡଳୀର ୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ୨୦୨୪ ଲୋକସଭା ନିର୍ବାଚନ ୨୦୨୪ ର ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ପାଇଁ ମୋଟ ୨୬୩୩ ଟି ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା । ସମସ୍ତ ୧୩ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ ୪, ୨୦୨୪ ଥିଲା। ଦାଖଲ ହୋଇଥିବା ୨୬୩୩ ଟି ପ୍ରାର୍ଥିପତ୍ର ଯାଞ୍ଚ ପରେ ୧୪୨୮ ଟି ପ୍ରାର୍ଥିପତ୍ର ବୈଧ ବୋଲି ଜଣାପଡିଛି । ସମସ୍ତ ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ୮ ଏପ୍ରିଲ ୨୦୨୪ ଥିଲା।

ଦ୍ୱିତୀୟ ପର୍ଯ୍ୟାୟରେ କେରଳର ୨୦ଟି ସଂସଦୀୟ ଆସନରୁ ସର୍ବାଧିକ ୫୦୦ଟି ନାମାଙ୍କନ ହୋଇଥିବା ବେଳେ କର୍ଣ୍ଣାଟକର ୧୪ଟି ସଂସଦୀୟ ଆସନରୁ ୪୯୧ଟି ନାମାଙ୍କନ ପତ୍ର ଦାଖଲ କରାଯାଇଛି । ତ୍ରିପୁରାରେ ଗୋଟିଏ ପିସିରୁ ସର୍ବନିମ୍ନ ୧୪ଟି ପ୍ରାର୍ଥିପତ୍ର ମିଳିଥିଲା। ମହାରାଷ୍ଟ୍ରର ୧୬-ନାନ୍ଦେଡ଼ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୯୨ଟି ନାମାଙ୍କନ ପତ୍ର ଦାଖଲ ହୋଇଛି।

ଲୋକସଭା ନିର୍ବାଚନ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଅନୁଯାୟୀ ବିବରଣୀ:

ସୂଚନାଯୋଗ୍ୟ ଯେ, ବାହାର ମଣିପୁର ସଂସଦୀୟ କ୍ଷେତ୍ରର ୧୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୯.୦୪.୨୦୨୪ (ପ୍ରଥମ ପର୍ଯ୍ୟାୟ) ରେ ମତଦାନ ହେବ ଏବଂ ଏହି ନିର୍ବାଚନ ମଣ୍ଡଳୀର ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୬.୦୪.୨୦୨୪ (ଦ୍ୱିତୀୟ ପର୍ଯ୍ୟାୟ)ରେ ମତଦାନ ହେବ। ୨୦୨୪ ଏପ୍ରିଲ ୫ତାରିଖରେ ଜାରି ହୋଇଥିବା ଗେଜେଟ୍ ବିଜ୍ଞପ୍ତିରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବାହାର ମଣିପୁର ସଂସଦୀୟ କ୍ଷେତ୍ର ରୁ ୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମୋଟାମୋଟି ଭାବେ ଦେଖିଲେ, ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୧୬୨୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ୧୪୯୧ ଜଣ ପୁରୁଷ ଓ ୧୩୪ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।

 

**********

P.S.



(Release ID: 2017524) Visitor Counter : 98