ନିର୍ବାଚନ ଆୟୋଗ

ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ କରିବେ ନିର୍ବାଚନ ଆୟୋଗ; ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା


ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ୮୮ଟି ସଂସଦୀୟ କ୍ଷେତ୍ର ସମେତ ଗୋଟିଏ ସଂସଦୀୟ କ୍ଷେତ୍ର (ବାହ୍ୟ ମଣିପୁର)ରେ ଆସନ୍ତା ୨୬ ଏପ୍ରିଲ ୨୦୨୪ରେ ହେବ ମତଦାନ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ୧୨ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ହେଉଛି ୪ ଏପ୍ରିଲ ୨୦୨୪

ଜାମ୍ମୁ କାଶ୍ମୀରକୁ ଛାଡ଼ି ଅନ୍ୟ ୧୧ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ୫ ଏପ୍ରିଲ ୨୦୨୪ରେ ହେବ ପ୍ରାର୍ଥିପତ୍ର ଯାଞ୍ଚ; ଜାମ୍ମୁକାଶ୍ମୀରରେ ୬ ଏପ୍ରିଲ, ୨୦୨୪ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ

Posted On: 27 MAR 2024 2:30PM by PIB Bhubaneshwar

ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଲୋକସଭା ସାଧାରଣ ନିର୍ବାଚନ ୨୦୨୪ରେ ମତଦାନ ହେବାକୁ ଥିବା ୧୨ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ୮୮ଟି ସଂସଦୀୟ କ୍ଷେତ୍ର ପାଇଁ ଆସନ୍ତାକାଲି ଅର୍ଥାତ ୨୮ ମାର୍ଚ୍ଚ ୨୦୨୪ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟରେ ବାହ୍ୟ ମଣିପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଆଂଶିକ ମତଦାନ ସହିତ ଉପରୋକ୍ତ ୮୮ଟି ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଆୟୋଜନ କରାଯିବ। ବାହ୍ୟ ମଣିପୁର ସଂସଦୀୟ କ୍ଷେତ୍ରର ବିଜ୍ଞପ୍ତିକୁ ପ୍ରଥମ ପର୍ଯ୍ୟାୟ ପାଇଁ ଜାରି ଗେଜେଟ୍‌ ବିଜ୍ଞପ୍ତିରେ ସାମିଲ କରାଯାଇଥିଲା। ବାହ୍ୟ ମଣିପୁର ସଂସଦୀୟ ନିର୍ବାଚନ କ୍ଷେତ୍ରର ୧୫ଟି ବିଧାନସଭା କ୍ଷେତ୍ରରେ ୧୯ ଏପ୍ରିଲ ୨୦୨୪ (ପର୍ଯ୍ୟାୟ ୧)ରେ ମତଦାନ ହେବ ଏବଂ ଏହି ସଂସଦୀୟ ନିର୍ବାଚନ ମଣ୍ଡଳୀର ୧୩ଟି ବିଧାନସଭା କ୍ଷେତ୍ରରେ ୨୬ ଏପ୍ରିଲ୍‌ ୨୦୨୪ (ଦ୍ୱିତୀୟ ପର୍ଯ୍ୟାୟ)ରେ ମତଦାନ ହେବ।

ଦ୍ୱିତୀୟ ପର୍ଯ୍ୟାୟରେ ସାମିଲ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ହେଉଛି - ଆସାମ, ବିହାର, ଛତିଶଗଡ଼, ଜାମ୍ମୁ ଓ କାଶ୍ମୀର, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତ୍ରିପୁରା, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗ। ଏହାବ୍ୟତୀତ ମଣିପୁରର ଗୋଟିଏ ସଂସଦୀୟ କ୍ଷେତ୍ର (ବାହ୍ୟ ମଣିପୁର)ର ଗୋଟିଏ ଭାଗ।

ପର୍ଯ୍ୟାୟ ୨ ପାଇଁ କାର୍ଯ୍ୟସୂଚୀ ନିମ୍ନରେ ଦିଆଯାଇଛି -

 

 

**********

P.S/Swadhin



(Release ID: 2016502) Visitor Counter : 69