ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମାର୍ଚ୍ଚ ୧୧ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ହରିଆନା ଗସ୍ତ


ପ୍ରାୟ ୧ ଲକ୍ଷ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ରାଜ୍ୟର ୧୧୨ଗୋଟି ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଦ୍ୱାରକା ଏକ୍ସପ୍ରେସ୍‌ୱେର ୧୯ କିଲୋମିଟର ହରିଆଣା ସେକ୍ସନକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଏହିସବୁ ପ୍ରକଳ୍ପଗୁଡ଼ିକ ଜାତୀୟ ରାଜପଥ ନେଟୱାର୍କର ବିକାଶକୁ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିବ ଏବଂ ସାରା ଦେଶର ସାମାଜିକ- ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ

Posted On: 10 MAR 2024 11:11AM by PIB Bhubaneshwar

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆସନ୍ତ ମାର୍ଚ୍ଚ ୧୧ ତାରିଖ, ୨୦୨୪ ତାରିଖ ଦିନ ହରିଆନାର ଗୁରୁଗ୍ରାମ ଗସ୍ତ କରିବେ । ମଧ୍ୟାହ୍ନ ପ୍ରାୟ ୧୨ଟାବେଳେ ପ୍ରଧାନମନ୍ତ୍ରୀ ସେଠାରେ ପ୍ରାୟ ଏକ କୋଟି ଟଙ୍କା ମୂଲ୍ୟରେ ବିଭିନ୍ନ ରାଜ୍ୟରେ ନିର୍ମିତ ୧୧୨ଗୋଟି ଜାତୀୟ ରାଜପଥ ପ୍ରକଳ୍ପକୁ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ।

ଏହା ଦିଲ୍ଲୀ ଏବଂ ଗୁରୁଗ୍ରାମ ମଧ୍ୟରେ ଜାତୀୟ ରାଜପଥ ୪୮ରେ ଯାନବାହନ ଚଳାଚଳକୁ ସହଜସାଧ୍ୟ କରିବା ଏବଂ ଟ୍ରାଫିକ୍ ଭିଡ଼ ରୋକିବାରେ ସହାୟକ ହେବ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଗୁରୁତ୍ୱପୂର୍ଣ୍ଣ ଦ୍ୱାରକା ଏକ୍ସପ୍ରେସୱେର ହରିଆଣା ସେକ୍ସନକୁ ମଧ୍ୟ ଉଦ୍ଘାଟନ କରିବେ । ୧୯ କିଲୋମିଟର ଦୈର୍ଘ୍ୟ ଜାତୀୟ ରାଜପଥର ଏହି ହରିଆନା ସେକ୍ସନ ଆଠଲେନ୍ ବିଶିଷ୍ଟଏବଂ ତାହା ୪,୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ଏବଂ ସେଥିରେ ୧୦.୨ କିଲୋମିଟର ଦୈର୍ଘ୍ୟ ଦିଲ୍ଲୀ- ହରିଆନା ସୀମା ଠାରୁ  ବସାଇ ରେଳ ଓଭର ବ୍ରିଜ୍ ଏବଂ ୮.୭ କିଲୋମିଟର ଦୈର୍ଘ୍ୟ ବସାଇ ରେଳ ଓଭରବ୍ରିଜ୍ ଠାର ଖେର୍‌କୀ ଦୌଲା ପର୍ଯ୍ୟନ୍ତ ନିର୍ମାଣ କରାଯାଇଛି । ଏହାମଧ୍ୟ ଇନ୍ଦିରାଗାନ୍ଧୀ ଆର୍ନ୍ତଜାତୀକ ବିମାନ ବନ୍ଦର ଏବଂ ଗୁରୁଗ୍ରାମ ବାଇପାସ୍‌କୁ ସିଧାସଳଖ ସଂଯୋଗ ଯୋଗାଇବ ।

ଅନ୍ୟ ପ୍ରମୁଖ ପ୍ରକଳ୍ପ ଯାହାକି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେବାର ଅଛି ସେଥି ମଧ୍ୟରେ ୯.୬ କିଲୋମିଟର ଛଅ ଲେନ୍ ବିଶିଷ୍ଟ ସହରାଞ୍ଚଳ ଏକ୍ସଟେନସନ୍ ରୋଡ଼-୨ (ୟୁଇଏ-୨) ପ୍ୟାକେଜ୍ ୩ ଯାହା ନଙ୍ଗଲୋଇ - ନଜାଫଗଡ଼ ରୋଡ଼କୁ ଦିଲ୍ଲୀର ଦ୍ୱାରକା ସେକ୍ଟର ୨୪କୁ ସଂଯୋଗ କରିବ; ଉତ୍ତର ପ୍ରଦେଶର ଲକ୍ଷ୍ନୌ ରିଙ୍ଗ ରୋଡର ତିନିଟି ପ୍ୟାକେଜ୍ ଯାହା ୪,୬୦୦ କୋଟି ଟଙ୍କା ବ୍ୟୟରେ ବିକଶତିତ କରାଯାଇଛି; ଆନ୍ଧ୍ର ପ୍ରଦେଶରେ ଜାତୀୟ ରାଜପଥ ନଂ ୧୬ର ଆନନ୍ଦପୁରମ୍‌- ପେଣ୍ଡୁର୍ଥି- ଅଣକାପଲ୍ଲୀ ସେକ୍ସନ ଯାହା ୨,୯୫୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି; ହିମାଚଳ ପ୍ରଦେଶରେ  ଜାତୀୟ ରାଜପଥ ନଂ. ୨୧ର କରାଟପୁର ଠାରୁ ନେରଚୌକ ସେକ୍ସନ (୨ଟି ପ୍ୟାକେଜ୍‌ରେ) ୩,୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ; କର୍ଣ୍ଣାଟକର ଦୋବାସପେଟ- ହେସକୋଟ ସେକ୍ସନ (ଦୁଇଟି ପ୍ୟାକେଜ୍‌) ଯାହା ୨,୭୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ; ଏବଂ ୨୦,୫୦୦ କୋଟି ଟଙ୍କା ବ୍ୟୟରେ ଦେଶର ବିଭିନ୍ନ ରାଜ୍ୟରେ ବିକଶିତ ୪୨ଗୋଟି ଅନ୍ୟାନ୍ୟ ପ୍ରକଳ୍ପ ସାମିଲ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ସାରା ଦେଶରେ ଜାତୀୟ ରାଜପଥର ବିଭିନ୍ନ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ। ସେଥି ମଧ୍ୟରୁ ପ୍ରମୁଖ ପ୍ରକଳ୍ପ ଗୁଡ଼ିକ ହେଲା ବେଙ୍ଗାଲୁରୁ-କଡାପ୍ପା- ବିଜୟୱାଡ଼ା ଏକ୍ସପ୍ରେସ୍‌ୱେର ୧୪ଟି ପ୍ରକଳ୍ପ ଯାହା ୧୪,୦୦୦ କୋଟି ଟଙ୍କା ବ୍ୟୟରେ ଆନ୍ଧ୍ର ପ୍ରଦେଶରେ ନିର୍ମାଣ କରାଯିବ, ,୦୦୦ କୋଟି ଟଙ୍କା ମୂଲ୍ୟରେ କର୍ଣ୍ଣାଟକରେ ଜାତୀୟ ରାଜପଥ ୭୪୮ଏର ବେଲଗାଓଁ- ହୁଙ୍ଗୁଡ଼- ରାଇଚୁ ସେକ୍ସନର ଛଅଗୋଟି ପ୍ରକଳ୍ପ, ହରିଆନାରେ ସାମଲୀ- ଅମ୍ବାଲା ରାଜପଥରେ ୪,୯୦୦ କୋଟି ଟଙ୍କ ବ୍ୟୟରେ ନିର୍ମିତ ହେବାକୁ ଥିବା ତିନିଗୋଟି ପ୍ରକଳ୍ପ, ପଞ୍ଜାବରେ ୩,୮୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଅମୃତସର- ଭଟିଣ୍ଡା କରିଡୋର୍‌ର ଦୁଇଟି ପ୍ୟାକେଜ୍ ଏବଂ ୩୨,୭୦୦ କୋଟି ଟଙ୍କା ବ୍ୟୟରେ ଦେଶର ଅନ୍ୟାନ୍ୟ ଭାଗରେ କାର୍ଯ୍ୟକାରୀ ହେବାକୁ ଥିବା ଅନ୍ୟ ୩୯ଗୋଟି ପ୍ରକଳ୍ପ ସାମିଲ ।

ଏହିସବୁ ପ୍ରକଳ୍ପ ଦେଶରେ ଜାତୀୟ ରାଜପଥ ନେଟୱାର୍କର ବିକାଶକୁ ପର୍ଯ୍ୟାପ୍ତ ମାତ୍ରାରେ ସହାୟକ ହେବ ଏବଂ ଦେଶର ସାମାଜିକ - ଆର୍ଥିକ ବିକାଶକୁ ବ୍ୟାପକ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ସାରା ଦେଶରେ ବାଣିଜ୍ୟ ବ୍ୟବସାୟକୁ ମଧ୍ୟ ସହାୟକ ହେବ ।

*****

SR



(Release ID: 2013310) Visitor Counter : 73