ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନର ସଭାପତି ଶ୍ରୀମତ ସ୍ୱାମୀ ସ୍ମାରଣାନନ୍ଦ ଜୀ ମହାରାଜଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ
Posted On:
04 MAR 2024 6:39PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାମକୃଷ୍ଣ ମଠ ଏବଂ ରାମକୃଷ୍ଣ ମିଶନର ସଭାପତି ଶ୍ରୀମତ ସ୍ୱାମୀ ସ୍ମାରଣାନନ୍ଦ ଜୀ ମହାରାଜଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ।
ଏକ ଟ୍ବିଟର ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନର ସଭାପତି ଶ୍ରୀମତ ସ୍ୱାମୀ ସ୍ମାରଣାନନ୍ଦ ଜୀ ମହାରାଜଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଆଶୁ ଆରୋଗ୍ୟ କାମନା କରୁଛି। ତାଙ୍କର ଶିକ୍ଷା ଓ ଆଧ୍ୟାତ୍ମିକ ମାର୍ଗଦର୍ଶନ ଅନେକଙ୍କ ପାଇଁ ମାର୍ଗ ଦର୍ଶନ କରୁଛି ଏବଂ ଆମ ସମାଜର ଆଧ୍ୟାତ୍ମିକ ଉନ୍ନତି ଓ କଲ୍ୟାଣ ରେ ତାଙ୍କର ଅବଦାନକୁ ଅଣଦେଖା କରାଯାଇପାରିବ ନାହିଁ।
BS
(Release ID: 2011673)
Read this release in:
Kannada
,
English
,
Urdu
,
Hindi
,
Marathi
,
Bengali-TR
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam