କ୍ୟାବିନେଟ

ସମନ୍ୱିତ ରୋଗ ନିୟନ୍ତ୍ରଣ ଏବଂ ମହାମାରୀ ମୁକାବିଲାର ପ୍ରସ୍ତୁତି ପାଇଁ ଜାତୀୟ ଏକ ସ୍ୱାସ୍ଥ୍ୟ ମିଶନର ନେତୃତ୍ୱ ନେବା ନିମନ୍ତେ ବୈଜ୍ଞାନିକ 'ଏଚ୍‌' (ବେତନ ସ୍ତର - ୧୫) ସ୍ତରରେ ନାଗପୁରସ୍ଥିତ ଜାତୀୟ ଏକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ପଦ ସୃଷ୍ଟିକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି

Posted On: 29 FEB 2024 3:40PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନାଗପୁରସ୍ଥିତ ଜାତୀୟ ଏକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ (ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ୱାନ୍ ହେଲ୍‌ଥ) ଭାବରେ ବୈଜ୍ଞାନିକ ଏଚ୍ (ବେତନ ସ୍ତର ୧୫)ରେ ଗୋଟିଏ ପଦବୀ ସୃଷ୍ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି, ଯିଏ ମନୁଷ୍ୟ, ପ୍ରାଣୀ, ଉଦ୍ଭିଦ ଏବଂ ପରିବେଶ କ୍ଷେତ୍ରକୁ ଏକାଠି କରି ସମନ୍ୱିତ ରୋଗ ନିୟନ୍ତ୍ରଣ ଏବଂ ମହାମାରୀ ପ୍ରସ୍ତୁତି ପାଇଁ ବହୁ - ମନ୍ତ୍ରଣାଳୟ ଏବଂ ବହୁ - କ୍ଷେତ୍ରୀୟ ଜାତୀୟ ଏକ ସ୍ୱାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିବେ । 

ଆର୍ଥିକ ପ୍ରଭାବ :

୧୫ ବେତନ ସ୍ତର (୧,୮୨, ୦୦୦ -୨,୨୪,୧୦୦ ଟଙ୍କା)ରେ ବୈଜ୍ଞାନିକ 'ଏଚ୍‌' ସ୍ତରରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ୱାନ୍ ହେଲ୍‌ଥର ନିର୍ଦ୍ଦେଶକ ପଦ ସୃଷ୍ଟି ହେଲେ ବାର୍ଷିକ ପ୍ରାୟ ୩୫.୫୯ ଲକ୍ଷ ଟଙ୍କାର ଆର୍ଥିକ ପ୍ରଭାବ ପଡ଼ିବ ।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ :

ନାଗପୁରସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ୱାନ୍ ହେଲ୍‌ଥର ନିର୍ଦ୍ଦେଶକ ମାନବ, ପଶୁ, ଉଦ୍ଭିଦ ଏବଂ ପରିବେଶ କ୍ଷେତ୍ରକୁ ଏକାଠି କରି ସମନ୍ୱିତ ରୋଗ ନିୟନ୍ତ୍ରଣ ଏବଂ ମହାମାରୀ ପ୍ରସ୍ତୁତି ପାଇଁ ବହୁ - ମନ୍ତ୍ରଣାଳୟ ଏବଂ ବହୁ - କ୍ଷେତ୍ରୀୟ ଜାତୀୟ ଏକ ସ୍ୱାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବେ । ଜାତୀୟ ଏକ ସ୍ୱାସ୍ଥ୍ୟ ମିଶନ ପାଇଁ ସମନ୍ୱିତ ରୋଗ କେନ୍ଦ୍ରୀୟ ଏବଂ ମହାମାରୀର ମୁକାବିଲାର ପ୍ରସ୍ତୁତି ଦିଗରେ ଗବେଷଣା ଏବଂ ବିକାଶକୁ ସୁଦୃଢ଼ କରିବା ନିମନ୍ତେ ଏକ କାର୍ଯ୍ୟକୁ ପୂର୍ବରୁ ୦୧ ଜାନୁଆରୀ ୨୦୨୪ରେ ଅନୁମୋଦନ ଦିଆଯାଇଥିଲା ।  

ରୋଜଗାର ସୃଷ୍ଟି ସମ୍ଭାବନା ସମେତ ପ୍ରମୁଖ ପ୍ରଭାବ : ଜାତୀୟ ଏକ ସ୍ୱାସ୍ଥ୍ୟ ମିଶନ ଭାରତକୁ ଏକ ସ୍ୱାସ୍ଥ୍ୟ ଆଭିମୁଖ୍ୟକୁ ସଂସ୍ଥାଗତ କରି ସମନ୍ୱିତ ରୋଗ ନିୟନ୍ତ୍ରଣ ଏବଂ ମହାମାରୀ ପ୍ରସ୍ତୁତି ହାସଲ କରିବାରେ ସାହାଯ୍ୟ କରିବ । ଏହା ମଣିଷ, ପଶୁ, ଉଦ୍ଭିଦ ଏବଂ ପରିବେଶର ସ୍ୱାସ୍ଥ୍ୟକୁ ସାମଗ୍ରିକ ଏବଂ ସ୍ଥାୟୀ ଉପାୟରେ ସମାଧାନ କରିବା ପାଇଁ ସହଯୋଗକୁ ପ୍ରୋତ୍ସାହିତ କରି ବିଭିନ୍ନ ମନ୍ତ୍ରଣାଳୟ / ବିଭାଗର ଚାଲିଥିବା /ଯୋଜନାବଦ୍ଧ କାର୍ଯ୍ୟକ୍ରମ ଗୁଡିକର ଲାଭ ଉଠାଇବ ।

ପୃଷ୍ଠଭୂମି:

ଗତ କିଛି ଦଶନ୍ଧି ମଧ୍ୟରେ ନିପା, ଏଚ୍‌୫ଏନ୍‌୧ ଏଭିଆନ୍ ଇନଫ୍ଲୁଏଞ୍ଜା, ସାର୍ସ - କୋଭ୍ - ୨ ଭଳି ଅନେକ ସଂକ୍ରାମକ ରୋଗ ଆନ୍ତର୍ଜାତିକ ସ୍ତରରେ ଚିନ୍ତାର କାରଣ ପାଲଟିଛି । ଏହାବ୍ୟତୀତ ପଶୁ ରୋଗ ଯଥା ପାଦ ଓ ମୁଖ ରୋଗ, ଗୋରୁମାନଙ୍କରେ ଲମ୍ପି ଚର୍ମ ରୋଗ, ଘୁଷୁରି ମାନଙ୍କ ଠାରେ ଆଫ୍ରିକୀୟ ସ୍ୱାଇନ୍ ଜ୍ୱର ଇତ୍ୟାଦିର ପ୍ରକୋପ କୃଷକଙ୍କ ଅର୍ଥନୈତିକ ମଙ୍ଗଳ ଏବଂ ଦେଶର ଖାଦ୍ୟ ନିରାପତ୍ତାକୁ ପ୍ରଭାବିତ କରିପାରେ । ଏହି ରୋଗଗୁଡିକ ବନ୍ୟଜନ୍ତୁଙ୍କୁ ମଧ୍ୟ ପ୍ରଭାବିତ କରେ ଏବଂ ସେମାନଙ୍କ ସଂରକ୍ଷଣ ପ୍ରତି ବିପଦ ସୃଷ୍ଟି କରେ ।

ଉଦ୍ଭିଦ ସମେତ ମନୁଷ୍ୟ, ପ୍ରାଣୀ ଏବଂ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଥିବା ଆହ୍ୱାନର ଜଟିଳତା ଏବଂ ପରସ୍ପର ସହ ସମ୍ପର୍କ ରହିଥିବାରୁ, 'ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ' ର ଲକ୍ଷ୍ୟ ହାସଲ କରିବା ପାଇଁ ଏକ ସାମଗ୍ରିକ ଏବଂ ସମନ୍ୱିତ 'ଏକ ସ୍ୱାସ୍ଥ୍ୟ' ଭିତ୍ତିକ ଆଭିମୁଖ୍ୟ ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ୧୩ଟି ସରକାରୀ ବିଭାଗର ସହଯୋଗରେ ଏକ "ଜାତୀୟ ଏକ ସ୍ୱାସ୍ଥ୍ୟ ମିଶନ" ଆକାରରେ ଏକ ସମନ୍ୱିତ ଢାଞ୍ଚା ସୃଷ୍ଟି କରାଯାଇଛି. ଯାହା ସଂକ୍ରାମକ ରୋଗ/ ମହାମାରୀର ପ୍ରାରମ୍ଭିକ ଚିହ୍ନଟ ପାଇଁ ବିଭିନ୍ନ କ୍ଷେତ୍ରରେ ସମନ୍ୱିତ ଏବଂ ସାମଗ୍ରିକ ଗବେଷଣା ଓ ବିକାଶ, 'ଏକ ସ୍ୱାସ୍ଥ୍ୟ' ଆଭିମୁଖ୍ୟ ଅନୁସରଣ କରିବା ଏବଂ ଟିକା , ଥେରାପିୟୁଟିକ୍ସ, ଡାଇଗ୍ନୋଷ୍ଟିକ୍ସ, ମୋନୋକ୍ଲୋନାଲ ଏବଂ ଅନ୍ୟ ଜିନୋମିକ୍ ଉପକରଣ ଇତ୍ୟାଦି ଭଳି ଦ୍ରୁତ ଗତିର ଚିକିତ୍ସା ମୁକାବିଲା ପଦକ୍ଷେପ ପାଇଁ ଲକ୍ଷ୍ୟଯୁକ୍ତ ଗବେଷଣା ଓ ବିକାଶ ପାଇଁ ରୋଡମ୍ୟାପ୍ ବିକଶିତ କରିବା ଭଳି କ୍ଷେତ୍ରଗୁଡ଼ିକରେ ପ୍ରାଥମିକତା କାର୍ଯ୍ୟକଳାପକୁ ସମନ୍ୱୟ କରିବ ଏବଂ ଏହା ମଧ୍ୟରେ ତାଳମେଳ ରଖିବ ।

*****

SSP

 

 



(Release ID: 2010437) Visitor Counter : 42