ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଥମ ଥରର ଭୋଟରଙ୍କ ମଧ୍ୟରେ ‘ମେରା ପେହଲା ଭୋଟ ଦେଶ କେ ଲିୟେ’ ଅଭିଯାନର ବାର୍ତ୍ତା ପହଞ୍ଚାଇବାକୁ ସବୁ ବର୍ଗର ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

प्रविष्टि तिथि: 27 FEB 2024 1:25PM by PIB Bhubaneshwar

ପ୍ରଥମ ଥରର ଭୋଟରଙ୍କ ମଧ୍ୟରେ ‘ମେରା ପେହଲା ଭୋଟ ଦେଶ କେ ଲିୟେ’ ଅଭିଯାନର ବାର୍ତ୍ତା ପହଞ୍ଚାଇବାକୁ ସବୁ ବର୍ଗର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିଛନ୍ତି ।

 

ପ୍ରଥମ ଥରର ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଯୁବ ଭୋଟରଙ୍କୁ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାକୁ ଉତ୍ସାହିତ କରିବା ଲାଗି ‘ମେରା ପେହଲା ଭୋଟ ଦେଶ କେ ଲିୟେ’ ନାମକ ଏକ ଅଭିଯାନ ଚାଲିଛି ।

 

ଏକ୍ସ ହ୍ୟାଣ୍ଡେଲରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକରୁ ମେରା ପେହଲା ଭୋଟ ଦେଶ କେ ଲିୟେ ସଙ୍ଗୀତ ସେୟାର କରିବାକୁ ସଭିଁଙ୍କୁ ଆହ୍ୱାନ ଦେଇଥିଲେ ।

 

କେନ୍ଦ୍ର ମନ୍ତ୍ରୀଙ୍କ ଏକ୍ସ ପୋଷ୍ଟର ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ଆସନ୍ତୁ ଆମ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ଭାଗିଦାରୀପୂର୍ଣ୍ଣ କରିବା । ମୁଁ ବିଭିନ୍ନ ବର୍ଗର ଲୋକଙ୍କୁ ଆହ୍ୱାନ ଦେଉଛି ଯେ ପ୍ରଥମ ଥର ଭୋଟରଙ୍କ ପାଖରେ ଏହି ବାର୍ତ୍ତାକୁ ନିଜ ନିଜ ଶୈଳୀରେ ପହଞ୍ଚାନ୍ତୁ ।

 

#ମେରା ପେହଲା ଭୋଟ ଦେଶ କେ ଲିୟେ!’

 

 SR


(रिलीज़ आईडी: 2009664) आगंतुक पटल : 113
इस विज्ञप्ति को इन भाषाओं में पढ़ें: Telugu , Kannada , Tamil , Marathi , Malayalam , Khasi , English , Urdu , हिन्दी , Manipuri , Bengali , Assamese , Punjabi , Gujarati