ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସବୁଠୁ ବଡ଼ ଆଦିବାସୀ ମହୋତ୍ସବ ସମ୍ମାକ୍କା-ସରାକ୍କା ମେଦାରାମ ଜାଥରା ଆରମ୍ଭରେ ପ୍ରଧାନମନ୍ତ୍ରୀଙ୍କ ଶୁଭକାମନା

Posted On: 21 FEB 2024 10:30AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ବବୃହତ ଆଦିବାସୀ ମହୋତ୍ସବ ମଧ୍ୟରୁ ଅନ୍ୟତମ ସମ୍ମାକ୍କା-ସରାକ୍କା ମେଦାରାମ ଜାଥରା ଆରମ୍ଭ ପାଇଁ ଶୁଭକାମନା ଜଣାଇଛନ୍ତି । ଶ୍ରୀ ମୋଦୀ ସମ୍ମାକ୍କା-ସରାକ୍କାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ସେମାନଙ୍କ ଏକତା ଓ ବୀରତା ଭାବନାକୁ ମନେ ପକାଇଥିଲେ ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ସର୍ବବୃହତ ଆଦିବାସୀ ମହୋତ୍ସବ ମଧ୍ୟରୁ ଅନ୍ୟତମ ଏବଂ ଆମ ସାଂସ୍କୃତିକ ଐତିହ୍ୟର ସ୍ଥାୟୀ ଭାବନାର ଜୀବନ୍ତ ପ୍ରଦର୍ଶନ କରୁଥିବା ସମ୍ମାକ୍କା-ସରାକ୍କା ମେଦାରାମ ଜାଥରା ଆରମ୍ଭ ପାଇଁ ଶୁଭକାମନା । ଏହି ଜାଥରା ଭକ୍ତି, ପରମ୍ପରା ଏବଂ ସାମ୍ପ୍ରଦାୟ ଆତ୍ମାର ଏକ ବଡ଼ ମିଶ୍ରଣ । ଆମେ ସମ୍ମାକ୍କା-ସାରକ୍କାଙ୍କୁ ନମନ କରୁଛୁ ଏବଂ ଏକତା ଓ ବୀରତାର ସେହି ଭାବନାକୁ ମନେ ପକାଉଛୁ ।’

 

 SR



(Release ID: 2007947) Visitor Counter : 36