ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବ୍ୟାଡମିଣ୍ଟନ ଏସିଆ ଚାମ୍ପିୟନଶିପରେ ମହିଳା ଦଳଗତ ଟ୍ରଫି ଜିତିଥିବାରୁ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
18 FEB 2024 9:39PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାଡମିଣ୍ଟନ ଏସିଆ ଚାମ୍ପିୟନଶିପରେ ମହିଳା ଦଳଗତ ଟ୍ରଫି ଜିତି ଇତିହାସ ରଚିଥିବା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।
କ୍ରୀଡ଼ାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସେ ନାରୀ ଶକ୍ତିକୁ ମଧ୍ୟ ପ୍ରଶଂସା କରିଥିଲେ।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:
"ଏକ ଐତିହାସିକ ଉପଲବ୍ଧି!
ବ୍ୟାଡମିଣ୍ଟନ ଏସିଆ ଚାମ୍ପିୟନଶିପରେ ପ୍ରଥମ ଥର ପାଇଁ ମହିଳା ଟିମ୍ ଟ୍ରଫି ଜିତିଥିବା ଅବିଶ୍ୱସନୀୟ ଭାରତୀୟ ଦଳକୁ ଅଭିନନ୍ଦନ । ସେମାନଙ୍କ ସଫଳତା ଆଗାମୀ ଅନେକ ଆଥଲେଟମାନଙ୍କୁ ପ୍ରେରଣା ଯୋଗାଇବ।
ବିଭିନ୍ନ କ୍ରୀଡ଼ାରେ ଆମ ନାରୀ ଶକ୍ତି ଯେଭଳି ଉତ୍କର୍ଷ ପ୍ରଦର୍ଶନ କରୁଛି ତାହା ଅଭୂତପୂର୍ବ।
BS
(रिलीज़ आईडी: 2006998)
आगंतुक पटल : 128
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam