ପୋଷ୍ଟ କରାଯିବା ଦିନାଙ୍କ:
18 FEB 2024 8:47PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡୋନେସିଆର ସଫଳ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦେଶବାସୀଙ୍କୁ ଏବଂ ନବନିର୍ବାଚିତ ରାଷ୍ଟ୍ରପତି ପ୍ରବୋ ସୁବିଆଣ୍ଟୋଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ସଫଳ ରାଷ୍ଟ୍ରପତି ନିର୍ବାଚନ ପାଇଁ ଇଣ୍ଡୋନେସିଆବାସୀ ଏବଂ ନବ ନିର୍ବାଚିତ ରାଷ୍ଟ୍ରପତି ପ୍ରବୋ ସୁବିଆଣ୍ଟୋଙ୍କୁ ଅଭିନନ୍ଦନ । ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ବ୍ୟାପକ ରଣନୀତିକ ଭାଗିଦାରୀକୁ ଅଧିକ ମଜଭୁତ କରିବା ପାଇଁ ନୂଆ ରାଷ୍ଟ୍ରପତିଙ୍କ ସହ ମିଶି କାମ କରିବାକୁ ଉତ୍ସାହିତ ଅଛି ।’
SR