ଅର୍ଥ ମନ୍ତ୍ରଣାଳୟ

ଲକ୍ଷପତି ଦିଦିମାନଙ୍କ ସଂଖ୍ୟା ୨ କୋଟିରୁ ୩ କୋଟିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି: ଅର୍ଥ ମନ୍ତ୍ରୀ


ଲକ୍ଷପତି ଦିଦି ହେବା ପାଇଁ ପ୍ରାୟ ୧ କୋଟି ମହିଳାଙ୍କୁ ସହାୟତା

୯ କୋଟି ମହିଳାଙ୍କ ସମେତ ୮୩ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସଶକ୍ତିକରଣ ସହିତ ଗ୍ରାମୀଣ ସାମାଜିକ - ଅର୍ଥନୈତିକ ସ୍ଥିତିରେ ଆସିବ ପରିବର୍ତ୍ତନ

Posted On: 01 FEB 2024 12:45PM by PIB Bhubaneshwar

ଆଜି ସଂସଦରେ ୨୦୨୪-୨୫ ର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରି କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ ଲକ୍ଷପତି ଦିଦିଙ୍କ ସଂଖ୍ୟା ବୃଦ୍ଧି ପାଇଁ ଯେଉଁ  ୨ କୋଟି ଲକ୍ଷ୍ୟ ରଖାଯାଇଥିଲା ତାହା ୩ କୋଟିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ୯ କୋଟି ମହିଳାଙ୍କ ସମେତ ୮୩ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଗ୍ରାମୀଣ ସାମାଜିକ -ଅର୍ଥନୈତିକ ଦୃଶ୍ୟପଟ୍ଟକୁ ସଶକ୍ତିକରଣ ଏବଂ ଆତ୍ମନିର୍ଭରଶୀଳତା ସହିତ ପରିବର୍ତ୍ତନ କରୁଛନ୍ତି । ସେମାନଙ୍କ ସଫଳତା ପାଖାପାଖି ୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ହେବାରେ ସହାୟକ ହୋଇଛି । ଏମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ସେମାନଙ୍କୁ ସମ୍ମାନିତ କରି ସେମାନଙ୍କ ସଫଳତାକୁ ସ୍ୱୀକୃତି ଦିଆଯିବ । ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ଏହି ସଫଳତାରେ ଉତ୍ସାହିତ ହୋଇ ଲକ୍ଷପତି ଦିଦିଙ୍କ ସଂଖ୍ୟା ବୃଦ୍ଧି ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ତାହାକୁ ବୃଦ୍ଧି କରାଯାଇଛି ।

ଅର୍ଥ ମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ , ଆମକୁ ଚାରିଟି ପ୍ରମୁଖ ଗୋଷ୍ଠୀ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ଆମ  ପ୍ରଧାନମନ୍ତ୍ରୀ ଦୃଢ ଭାବରେ ବିଶ୍ୱାସ କରନ୍ତି । ସେସବୁ ହେଉଛନ୍ତି, 'ଗରିବ' , 'ମହିଳା' , 'ଯୁବ' (ଯୁବଗୋଷ୍ଠୀ) ଏବଂ 'ଅନ୍ନଦାତା'(କୃଷକ) । ସେମାନଙ୍କ ଆବଶ୍ୟକତା, ସେମାନଙ୍କର ଆକାଂକ୍ଷା ଏବଂ କଲ୍ୟାଣ ଆମର ସର୍ବୋଚ୍ଚ ପ୍ରାଥମିକତା । ଦେଶ ପ୍ରଗତି କରେ, ଯେତେବେଳେ ସେମାନେ ପ୍ରଗତି କରନ୍ତି " । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଚାରି ଗୋଷ୍ଠୀ ସେମାନଙ୍କ ଜୀବନକୁ ଉନ୍ନତ କରିବା ପାଇଁ ସରକାରୀ ସହାୟତା ଆବଶ୍ୟକ କରନ୍ତି ଏବଂ ଗ୍ରହଣ କରନ୍ତି ଏବଂ ସେମାନଙ୍କ ସଶକ୍ତିକରଣ ଏବଂ କଲ୍ୟାଣ ଦେଶକୁ ଆଗକୁ ବଢ଼ାଇବ ।

ସେ ଆହୁରି ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ , ସରକାର ବିକାଶ ପାଇଁ ଏକ ଆଭିମୁଖ୍ୟ ସହିତ କାର୍ଯ୍ୟ କରୁଛନ୍ତି ଯାହା ସର୍ବାଙ୍ଗୀନ, ସର୍ବବ୍ୟାପୀ ଏବଂ ସର୍ବ- ସମାବେଶୀ । ଏଥିରେ ସବୁ ଜାତି ଓ ସବୁ ସ୍ତରର ଲୋକ ସାମିଲ ଅଛନ୍ତି । ୨୦୪୭ ସୁଦ୍ଧା ଭାରତକୁ ' ବିକଶିତ ଭାରତ' ରେ ପରିଣତ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ଏହି ଲକ୍ଷ୍ୟ ହାସଲ ପାଇଁ ଆମକୁ ଲୋକଙ୍କ ସାମର୍ଥ୍ୟରେ ଉନ୍ନତି ଆଣିବା ଏବଂ ସେମାନଙ୍କୁ ସଶକ୍ତ କରିବାର ଆବଶ୍ୟକତା ରହିଛି ।

****

SSP



 



(Release ID: 2001524) Visitor Counter : 50