ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କରିୟାପ୍ପା ଗ୍ରାଉଣ୍ଡରେ ଜାନୁଆରୀ ୨୭ରେ ଏନ୍ସିସି ପିଏମ୍ ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

Posted On: 26 JAN 2024 4:52PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଜାନୁଆରୀ ୨୭ ଅପରାହ୍ନ ୪ଟା ୩୦ରେ ଦିଲ୍ଲୀରେ କରିୟାପ୍ପା ପରେଡ୍ ଗ୍ରାଉଣ୍ଡରେ ବାର୍ଷିକ ଏନ୍‌ସିସି ପିଏମ୍ ରାଲିକୁ ସମ୍ବୋଧିତ କରିବେ ।

 

ଏହି କାର୍ଯ୍ୟକ୍ରମରେ ଅମୃତପିଢ଼ିଙ୍କ ଯୋଗଦାନ ଏବଂ ସଶକ୍ତୀକରଣକୁ ପ୍ରଦର୍ଶିତ କରିବାକୁ ଥିବା ‘ଅମୃତ କାଲ୍ କୀ ଏନ୍‌ସିସି’ ବିଷୟ ଉପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସାମିଲ ହେବ । ବସୁଧୈବ କୁଟୁମ୍ବକମ୍‌ର ପ୍ରକୃତ ଭାରତୀୟ ଭାବନାରେ ୨୪ ଦେଶର ୨,୨୦୦ରୁ ଅଧିକ ଏନ୍‌ସିସି କ୍ୟାଡେଟ୍ ଏବଂ ଯୁବ କ୍ୟାଡେଟ୍ ଏହି ବର୍ଷ ରାଲିରେ ଭାଗ ନେବେ ।

 

ସ୍ୱତନ୍ତ୍ର ଅତିଥି ଭାବେ ଭାଇବ୍ରାଣ୍ଟ ଗ୍ରାମଗୁଡ଼ିକର ୪ ଶହରୁ ଅଧିକ ସରପଞ୍ଚ ଏବଂ ଦେଶର ବିଭିନ୍ନ ସ୍ଥାନରୁ ବିଭିନ୍ନ ସ୍ୱଂୟ ସହାୟକ ଗୋଷ୍ଠୀର ସହ ଜଡ଼ିତ ଶହେରୁ ଅଧିକ ମହିଳା ମଧ୍ୟ ଏନ୍‌ସିସି ପିଏମ୍ ରାଲିରେ ଭାଗ ନେବେ ।

 

SR



(Release ID: 2000163) Visitor Counter : 69