ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ଜନ ନାୟକ କର୍ପୁରୀ ଠାକୁରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ସମାଜ ଓ ରାଜନୀତି କ୍ଷେତ୍ରରେ କର୍ପୁରୀ ଠାକୁରଙ୍କ ଅତୁଳନୀୟ ପ୍ରଭାବ ବିଷୟରେ ମଧ୍ୟ ସେ ନିଜର ମତ ବ୍ୟକ୍ତ କରିଛନ୍ତି

Posted On: 24 JAN 2024 9:22AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନ ନାୟକ କର୍ପୁରୀ ଠାକୁରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସ୍ୱତନ୍ତ୍ର ଅବସରରେ ଆମ ସରକାର କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନ ପ୍ରଦାନ କରିବାର ଗୌରବ ଲାଭ କରିଛନ୍ତି ।

ସମାଜ ଏବଂ ରାଜନୀତି କ୍ଷେତ୍ରରେ କର୍ପୁରୀ ଠାକୁରଙ୍କ ଅତୁଳନୀୟ ପ୍ରଭାବ ବିଷୟରେ ମଧ୍ୟ ଶ୍ରୀ ମୋଦୀ ନିଜର ମତ ବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ;

ଜନ ନାୟକ କର୍ପୁରୀ ଠାକୁରଜୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ମୁଁ ତାଙ୍କୁ ପ୍ରଣାମ କରୁଛି । ଏହି ସ୍ୱତନ୍ତ୍ର ଅବସରରେ ଆମ ସରକାର ତାଙ୍କୁ ଭାରତ ରତ୍ନ ପ୍ରଦାନ କରିବାର ଗୌରବ ଲାଭ କରିଛନ୍ତି । ଆମ ସମାଜ ଓ ରାଜନୀତିରେ ତାଙ୍କର ଅତୁଳନୀୟ ପ୍ରଭାବ ବିଷୟରେ ମୁଁ ମୋର ଭାବନାକୁ ଉଲ୍ଲେଖ କରୁଛି ।"

ସାରା ଦେଶର ମୋର ପରିବାର ଲୋକମାନଙ୍କ ତରଫରୁ ଜନ ନାୟକ କର୍ପୁରୀ ଠାକୁରଜୀଙ୍କୁ ତାଙ୍କ ଜନ୍ମ ଶତବାର୍ଷିକୀ  ଅବସରରେ ମୋର ଆଦରପୂର୍ଣ୍ଣର୍ ଶ୍ରଦ୍ଧାଞ୍ଜଳି । ଏହି ବିଶେଷ ଅବସରରେ ଆମ ସରକାରଙ୍କୁ ତାଙ୍କୁ ଭାରତ ରତ୍ନ ଉପାଧିରେ ସମ୍ମାନିତ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ଭାରତୀୟ ସମାଜ ଏବଂ ରାଜନୀତି  ଉପରେ ସେ ଯେଉଁ ଅବିସ୍ମଣୀୟ ଛାପ ଛାଡି ଯାଇଛନ୍ତି, ତାହାକୁ ନେଇ ମୁଁ ମୋର ଭାବନାକୁ ଆପଣ ମାନଙ୍କ ସହିତ ବାଂଟୁଛି ।

*********

SSP



 

 



(Release ID: 1999040) Visitor Counter : 75