ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାଲାସାହେବ ଠାକରେଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ମନେ ପକାଇଲେ ପ୍ରଧାନମନ୍ତ୍ରୀ

Posted On: 23 JAN 2024 9:22AM by PIB Bhubaneshwar

ବାଲାସାହେବ ଠାକରେଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ବାଲାସାହେବ ଠାକରେ ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ । ମହାରାଷ୍ଟ୍ରର ରାଜନୈତିକ ଏବଂ ସାଂସ୍କୃତିକ ଦୃଶ୍ୟପଟରେ ତାଙ୍କର ବିଶେଷ ପ୍ରଭାବ ରହିଥିଲା ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ବାଲାସାହେବ ଠାକରେଙ୍କୁ ତାଙ୍କ ଜନ୍ମଜୟନ୍ତୀରେ ମନେ ପକାଉଛି । ସେ ଜଣେ ମହାନ ବ୍ୟକ୍ତି ଥିଲେ, ମହାରାଷ୍ଟ୍ରର ରାଜନୈତିକ ଏବଂ ସାଂସ୍କୃତିକ ଦୃଶ୍ୟପଟରେ ଯାହାଙ୍କ ବେଶ୍ ପ୍ରଭାବ ରହିଥିଲା । ଅଗଣିତ ଲୋକଙ୍କ ହୃଦୟରେ ସେ ନିଜ ନେତୃତ୍ୱ ଏବଂ ଆଦର୍ଶ ପ୍ରତି ଦୃଢ଼ ସମର୍ପଣ, ଗରିବ ଏବଂ ବଞ୍ଚିତଙ୍କ ପାଇଁ ସ୍ୱର ଉଠାଇବା ଲାଗି ତାଙ୍କର ପ୍ରତିବଦ୍ଧତା ପାଇଁ ସେ ସର୍ବଦା ଜୀବିତ ଅଛନ୍ତି ।’

         

 SR



(Release ID: 1998834) Visitor Counter : 58