ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମନ୍ଦିର ପରିସରରେ ସ୍ୱଚ୍ଛତା ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଛନ୍ତି

Posted On: 14 JAN 2024 9:58PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମଗ୍ର ଦେଶର ମନ୍ଦିର ପରିସରରେ ସ୍ୱଚ୍ଛତା ସମ୍ବନ୍ଧୀୟ କାର୍ଯ୍ୟକଳାପର ଅସାଧାରଣ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଅଯୋଧ୍ୟା ଧାମର ମହର୍ଷି ବାଲ୍ମୀକି ବିମାନବନ୍ଦରକୁ ଉଦ୍‌ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମକର ସଂକ୍ରାନ୍ତିରେ ମନ୍ଦିର ଗୁଡ଼ିକରେ ସ୍ୱଚ୍ଛତା ଅଭିଯାନ ପାଇଁ ଆହ୍ୱାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି -

ଦିନସାରା ମୁଁ ମନ୍ଦିର ପରିସରରେ ସ୍ୱଚ୍ଛତା ସମ୍ବନ୍ଧୀୟ କାର୍ଯ୍ୟକଳାପର ଅସାଧାରଣ ଉଦ୍ୟମ ଦେଖିଛି । ସବୁ ବର୍ଗର ଲୋକ ଏହି ପ୍ରୟାସକୁ ସମୃଦ୍ଧ କରୁଥିବା ଦେଖି ଖୁସି ଲାଗୁଛି । ଆଗାମୀ ଦିନରେ ଏଭଳି ପ୍ରୟାସକୁ ନମୋ ଆପରେ ପୋଷ୍ଟ କରନ୍ତୁ ।

***

SSP



(Release ID: 1996163) Visitor Counter : 62