ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କ୍ରମାଗତ ଚତୁର୍ଥ ଥର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 08 JAN 2024 7:46PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହ କଥା ହୋଇ ସଂସଦୀୟ ନିର୍ବାଚନରେ କ୍ରମାଗତ ଚତୁର୍ଥ ଥର ପାଇଁ ବିଜୟୀ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି :

ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହ କଥା ହୋଇ ସଂସଦୀୟ ନିର୍ବାଚନରେ କ୍ରମାଗତ ଚତୁର୍ଥ ଥର ପାଇଁ ବିଜୟୀ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସଫଳ ନିର୍ବାଚନ ପାଇଁ ମୁଁ ବାଂଲାଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି । ବାଂଲାଦେଶ ସହ ଆମର ସ୍ଥାୟୀ ଏବଂ ଲୋକାଭିମୁଖୀ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ।

 

BS



(Release ID: 1994394) Visitor Counter : 51