ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଦିତ୍ୟ – ଏଲ୍ ୧ ଗନ୍ତବ୍ୟ ସ୍ଥଳରେ ପହଂଚିବା ନେଇ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Posted On: 06 JAN 2024 5:10PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ପ୍ରଥମ ସୌର ଅନୁସନ୍ଧାନ ଉପଗ୍ରହ ଆଦିତ୍ୟ - ଏଲ୍ ୧ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିବାରୁ ଆନନ୍ଦ ପ୍ରକାଶ କରିଛନ୍ତି ।

ଏହି ସଫଳତା ଆମ ବୈଜ୍ଞାନିକ ମାନଙ୍କ ସମର୍ପଣର ପ୍ରମାଣ ବୋଲି ଅଭିହିତ କରି ସେ କହିଛନ୍ତି ଯେ ଆମେ ମାନବ ଜାତିର ହିତ ପାଇଁ ବିଜ୍ଞାନର ନୂତନ ଦିଗର ଅନୁସନ୍ଧାନ ଜାରି ରଖିବୁ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ଭାରତ ଆଉ ଏକ ଐତିହାସିକ ସଫଳତା ପାଇଛି । ଭାରତର ପ୍ରଥମ ସୌର ଅନୁସନ୍ଧାନ ଉପଗ୍ରହ ଆଦିତ୍ୟ – ଏଲ୍ ୧ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଛି । ସବୁଠାରୁ ଜଟିଳ ଏବଂ କଠିନ ମହାକାଶ ଅଭିଯାନକୁ ସାକାର କରିବାରେ ଆମ ବୈଜ୍ଞାନିକ ମାନଙ୍କ ନିରନ୍ତର ସମର୍ପଣର ଏହା ପ୍ରମାଣ । ଏହି ଅସାଧାରଣ ସଫଳତାକୁ ପ୍ରଶଂସା କରିବାରେ ମୁଁ ଦେଶବାସୀଙ୍କ ସହ ରହିଛି । ଆମେ ମାନବିକତାର କଲ୍ୟାଣ ପାଇଁ ବିଜ୍ଞାନର ନୂତନ ଦିଗକୁ ଅନୁସନ୍ଧାନ ଜାରି ରଖିବୁ ।”

***

SSP/Swadhin/PIB

BBSR

 



(Release ID: 1993857) Visitor Counter : 93