ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡିଏମ୍‌ଡିକେ ପ୍ରତିଷ୍ଠାତା ବିଜୟକାନ୍ତଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 28 DEC 2023 11:06AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡିଏମ୍‌ଡିକେ ପ୍ରତିଷ୍ଠାତା ତଥା ବିଶିଷ୍ଟ ଅଭିନେତା ଶ୍ରୀ ବିଜୟକାନ୍ତଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି ।

 

ତାମିଲନାଡ଼ୁ ରାଜନୈତିକ ଦୃଶ୍ୟପଟ୍ଟରେ ଏକ ଅଭୁଲା ଚିହ୍ନ ଛାଡ଼ିଥିବା ଶ୍ରୀ ବିଜୟକାନ୍ତଙ୍କୁ ସେ ମନେ ପକାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଥିରୁ ବିଜୟକାନ୍ତ ଜୀଙ୍କ ଦେହାନ୍ତରେ ଅତ୍ୟନ୍ତ ଦୁଃଖିତ । ତାମିଲ ଚଳଚ୍ଚିତ୍ର ଜଗତର ଏହି କିମ୍ବଦନ୍ତୀଙ୍କ କଳା ପ୍ରଦର୍ଶନ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଥିଲା । ଜଣେ ରାଜନେତା ଭାବେ ସେ ଜନସେବା ପ୍ରତି ଗଭୀର ନିଷ୍ଠା ଦେଖାଇ ତାମିଲନାଡ଼ୁ ରାଜନୈତିକ ଦୃଶ୍ୟପଟ୍ଟରେ ଚିରସ୍ଥାୟୀ ପ୍ରଭାବ ଛାଡ଼ିଛନ୍ତି । ତାଙ୍କ ପରଲୋକରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ପୂରଣ ହେବା କଷ୍ଟକର । ସେ ଜଣେ ଘନିଷ୍ଠ ବନ୍ଧୁ ଥିଲେ ଏବଂ ମୁଁ ତାଙ୍କ ସହ ବର୍ଷ ବର୍ଷ ଧରି ହୋଇଥିôବା କଥା ମନେପକାଉଛି । ଏହି ଦୁଃଖଦ ସମୟରେ ତାଙ୍କ ପରିବାର, ପ୍ରଶଂସକ ଏବଂ ସମର୍ଥକଙ୍କୁ ମୋର ସମବେଦନା । ଓମ୍ ଶାନ୍ତି ।’

 

  SR



(Release ID: 1991420) Visitor Counter : 55