ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଭାରତ ଏବଂ ସାଉଦି ଆରବ ମଧ୍ୟରେ କୌଶଳଗତ ଭାଗିଦାରୀର ଭବିଷ୍ୟତ ଉପରେ ଏଚଆରଏଚ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ବିନ୍ ଅବଦୁଲ ଅଜିଜ୍ ଅଲ୍ ସୌଦଙ୍କ ସହ ଆଲୋଚନା କରିଛନ୍ତି


ଉଭୟ ନେତା ପଶ୍ଚିମ ଏସିଆ ପରିସ୍ଥିତି ଉପରେ ମତ ବିନିମୟ କରିବା ସହ ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନ ହାନି ସମ୍ପର୍କରେ ଚିନ୍ତା ବ୍ୟକ୍ତ କରିଥିଲେ

Posted On: 26 DEC 2023 7:48PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ ଏବଂ ସାଉଦି ଆରବ ମଧ୍ୟରେ କୌଶଳଗତ ଭାଗିଦାରୀର ଭବିଷ୍ୟତ ଉପରେ ଏଚଆରଏଚ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ବିନ୍ ଅବଦୁଲ ଅଜିଜ୍ ଅଲ୍ ସୌଦଙ୍କ ସହ କଥା ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ସେ ଟ୍ୱିଟ୍ କରି ଲେଖିଛନ୍ତି, ଭାରତ ଓ ସାଉଦି ଆରବ ମଧ୍ୟରେ ରଣନୈତିକ ଭାଗିଦାରୀର ଭବିଷ୍ୟତ ଉପରେ ମୋର ଭାଇ ଏଚଆରଏଚ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ବିନ୍ ଅବଦୁଲ ଅଜିଜ୍ ଅଲ୍ ସୌଦଙ୍କ ସହ ଉତ୍ତମ ଆଲୋଚନା ହୋଇଛି। ଆମେ ପଶ୍ଚିମ ଏସିଆ ପରିସ୍ଥିତି ଉପରେ ମତ ବିନିମୟ କରିଥିଲୁ ଏବଂ ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନ ହାନି ବିଷୟରେ ଚିନ୍ତା ବ୍ୟକ୍ତ କରିଥିଲୁ । ଏହି ଅଞ୍ଚଳରେ ଶାନ୍ତି, ନିରାପତ୍ତା ଏବଂ ସ୍ଥିରତା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତି ପ୍ରକାଶ ପାଇଛି।

 

BS



(Release ID: 1991224) Visitor Counter : 38