ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଭାରତ ଏବଂ ସାଉଦି ଆରବ ମଧ୍ୟରେ କୌଶଳଗତ ଭାଗିଦାରୀର ଭବିଷ୍ୟତ ଉପରେ ଏଚଆରଏଚ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ବିନ୍ ଅବଦୁଲ ଅଜିଜ୍ ଅଲ୍ ସୌଦଙ୍କ ସହ ଆଲୋଚନା କରିଛନ୍ତି


ଉଭୟ ନେତା ପଶ୍ଚିମ ଏସିଆ ପରିସ୍ଥିତି ଉପରେ ମତ ବିନିମୟ କରିବା ସହ ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନ ହାନି ସମ୍ପର୍କରେ ଚିନ୍ତା ବ୍ୟକ୍ତ କରିଥିଲେ

ପୋଷ୍ଟ କରାଯିବା ଦିନାଙ୍କ: 26 DEC 2023 7:48PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ ଏବଂ ସାଉଦି ଆରବ ମଧ୍ୟରେ କୌଶଳଗତ ଭାଗିଦାରୀର ଭବିଷ୍ୟତ ଉପରେ ଏଚଆରଏଚ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ବିନ୍ ଅବଦୁଲ ଅଜିଜ୍ ଅଲ୍ ସୌଦଙ୍କ ସହ କଥା ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ସେ ଟ୍ୱିଟ୍ କରି ଲେଖିଛନ୍ତି, ଭାରତ ଓ ସାଉଦି ଆରବ ମଧ୍ୟରେ ରଣନୈତିକ ଭାଗିଦାରୀର ଭବିଷ୍ୟତ ଉପରେ ମୋର ଭାଇ ଏଚଆରଏଚ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ବିନ୍ ଅବଦୁଲ ଅଜିଜ୍ ଅଲ୍ ସୌଦଙ୍କ ସହ ଉତ୍ତମ ଆଲୋଚନା ହୋଇଛି। ଆମେ ପଶ୍ଚିମ ଏସିଆ ପରିସ୍ଥିତି ଉପରେ ମତ ବିନିମୟ କରିଥିଲୁ ଏବଂ ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନ ହାନି ବିଷୟରେ ଚିନ୍ତା ବ୍ୟକ୍ତ କରିଥିଲୁ । ଏହି ଅଞ୍ଚଳରେ ଶାନ୍ତି, ନିରାପତ୍ତା ଏବଂ ସ୍ଥିରତା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତି ପ୍ରକାଶ ପାଇଛି।

 

BS


(ରିଲିଜ ଆଡି: 1991224) ପରିଦର୍ଶକ କାଉଣ୍ଟର : 98