ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମାନସିକ ଚାପକୁ ସଫଳତାରେ ପରିଣତ କରିବା, ପରୀକ୍ଷା ଯୋଦ୍ଧାମାନଙ୍କୁ ହସଖୁସିରେ ପରୀକ୍ଷାରେ ଉତ୍ତୀର୍ଣ୍ଣ କରିବା ହେଉଛି ପରୀକ୍ଷା ପେ ଚର୍ଚ୍ଚା ର ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ
प्रविष्टि तिथि:
14 DEC 2023 9:50PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ପରୀକ୍ଷା ପେ ଚର୍ଚ୍ଚା ର ଉଦ୍ଦେଶ୍ୟ ହେଉଛି ଚାପକୁ ସଫଳତାରେ ପରିଣତ କରିବା, ପରୀକ୍ଷା ଯୋଦ୍ଧାମାନଙ୍କୁ ହସଖୁସିରେ ପରୀକ୍ଷାରେ ଉତ୍ତୀର୍ଣ୍ଣ କରିବାରେ ସକ୍ଷମ କରିବା ।
ଶିକ୍ଷା ମନ୍ତ୍ରଣାଳୟ ଏକ ଟ୍ବିଟର ପୋଷ୍ଟରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କୁ ପରୀକ୍ଷା ପେ ଚର୍ଚ୍ଚା ୨୦୨୪ କାର୍ଯ୍ୟକ୍ରମରେ ଭାଗ ନେବାକୁ ଅନୁରୋଧ କରିଛି।
ନିମ୍ନରେ ଦିଆଯାଇଥିବା ୱେବସାଇଟକୁ ଯାଇ ଯେ କୌଣସି ବ୍ୟକ୍ତି ଅଂଶଗ୍ରହଣ କରିପାରିବେ ଏବଂ ଶିକ୍ଷା ମନ୍ତ୍ରଣାଳୟ ପୋଷ୍ଟ ଅନୁଯାୟୀ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବାର ସୁଯୋଗ ଜିତିପାରିବେ । ଲିଙ୍କ୍ ନିମ୍ନରେ ପ୍ରଦାନ କରାଯାଇଛି।
https://innovateindia.mygov.in/ppc-2024/
ଶିକ୍ଷା ମନ୍ତ୍ରଣାଳୟର ଟ୍ବିଟର ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି ;
#ParikshaPeCharcha ଲକ୍ଷ୍ୟ ହେଉଛି ଚାପକୁ ସଫଳତାରେ ପରିଣତ କରିବା, #ExamWarriors ହସଖୁସିରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ସକ୍ଷମ କରିବା । କିଏ ଜାଣେ, ପରବର୍ତ୍ତୀ ବଡ଼ ଅଧ୍ୟୟନ ଟିପ୍ସ ସିଧାସଳଖ ଆମର ଇଣ୍ଟରଆକ୍ଟିଭ୍ ଅଧିବେଶନରୁ ଆସିପାରେ!"
BS
(रिलीज़ आईडी: 1991223)
आगंतुक पटल : 109
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam