ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୁଏତର ନୂଆ ଅମିରଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 20 DEC 2023 10:22PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୁଏତର ନୂତନ ଅମୀର ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ମହାମହିମ ଶେଖ୍ ମେଶାଲ ଅଲ - ଅହମ୍ମଦ ଅଲ - ଜବେର ଅଲ - ସବାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଭବିଷ୍ୟତରେ ଭାରତ - କୁଏତ ସମ୍ପର୍କ ସୁଦୃଢ଼ ହେବ ଏବଂ ମଧ୍ୟପ୍ରାଚ୍ୟ ଦେଶରେ ଥିବା ଭାରତୀୟ ସମୁଦାୟର ବିକାଶ ହୋଇ ପାରିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

କୁଏତ୍ ରାଜ୍ୟର ଅମୀର ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ମହାମହିମ ଶେଖ୍ ମେଶାଲ ଅଲ -ଅହମ୍ମଦ ଅଲ - ଜବେର ଅଲ୍ - ସବାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ଆଗାମୀ ବର୍ଷ ଗୁଡ଼ିକରେ ଆମ ସମ୍ପର୍କ ଆହୁରି ସୁଦୃଢ଼ ହେବ ଏବଂ କୁଏତରେ ଥିବା ଭାରତୀୟ ସମୁଦାୟ ଆଗକୁ ବଢିବ ବୋଲି ବିଶ୍ୱାସ ରହିଛି ।

***

SSP



(Release ID: 1990038) Visitor Counter : 52