ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାତ୍ୟା ମିଗ୍‌ଜୋମ ଯୋଗୁ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡ଼ୁଚେରୀରେ ଜୀବନହାନି ଯୋଗୁ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 06 DEC 2023 12:37PM by PIB Bhubaneshwar

ବାତ୍ୟା ମିଗ୍‌ଜୋମ ଯୋଗୁ ବିଶେଷକରି ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡ଼ୁଚେରୀରେ ଜୀବନହାନି ଯୋଗୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

 

ବାତ୍ୟା ଯୋଗୁ ଆହତ ଏବଂ ପ୍ରଭାବିତଙ୍କ ପାଇଁ ଶ୍ରୀ ମୋଦୀ ପ୍ରାର୍ଥନା କରିଛନ୍ତି । ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ପ୍ରଶାସନ ନିରନ୍ତର ଉଦ୍ୟମ ଚଳାଇଛନ୍ତି ଏବଂ ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ସେମାନଙ୍କ କାର୍ଯ୍ୟ ଜାରି ରହିବ ବୋଲି ସେ କହିଛନ୍ତି ।

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ତାମିଲନାଡ଼ୁ, ଆନ୍ଧପ୍ରଦେଶ ଏବଂ ପୁଡ଼ୁଚେରୀରେ ବାତ୍ୟା ମିଗ୍‌ଜୋମ୍‌ରେ ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ ମୋର ସମବେଦନା । ଆହତ ଓ ପ୍ରଭାବିତଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି । ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ପ୍ରଶାସନ କର୍ତ୍ତୃପକ୍ଷ ନିରନ୍ତର ଉଦ୍ୟମ ଚଳାଇଛନ୍ତି ଏବଂ ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ସେମାନଙ୍କ କାର୍ଯ୍ୟ ଜାରି ରହିବ ।’

 

  SR



(Release ID: 1983458) Visitor Counter : 61