ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱିଡେନ ରାଜ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ

Posted On: 01 DEC 2023 8:32PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁବାଇ ଠରରେ ଚାଲିଥିବା କପ୍‌-୨୮ ସମ୍ମିଳନୀରେ ଡିସେମ୍ବର ପହିଲା ଦିନ ସ୍ୱିଡେନ ରାଜ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ଓଲଫ କ୍ରିଷ୍ଟରସନଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ।

ଦ୍ୱିପାକ୍ଷିକ ସମ୍ପର୍କରେ ବିଭିନ୍ନ ଗଠନମୂଳକ ଦିଗ ଉପରେ  ଉଭୟ ନେତା ଆଲୋଚନା କରିଥିଲେ । ସେଗୁଡିକ ମଧ୍ୟରେ ପ୍ରତିରକ୍ଷା, ଗବେଷଣା ଓ ବିକାଶ, ବାଣିଜ୍ୟ ଓ ପୁଞ୍ଜିନିବେଶ ଓ ଜଳବାୟୁ ସମ୍ପର୍କୀତ ସହଯୋଗ ଉପରେ ଆଲୋଚନା କରିଥିଲେ । ସେମାନେ ମଧ୍ୟ ଆଞ୍ଚଳିକ, ବହୁରାଷ୍ଟ୍ରୀୟ ସମସ୍ୟା ଯଥା ଇୟୁ, ସ୍କାଣ୍ଡିନେଭିଆ ଜନ ପରିଷଦ ଓ ବଲଟିକ୍ ଆଠ ଗୋଷ୍ଠୀ ସମସ୍ୟା ଉପରେ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ସ୍ୱିଡେନର ୟୁରୋପୀୟ ସଂଘ ପରିଷଦରେ ସଫଳ ସଭାପତିତ୍ୱ ନିମନ୍ତେ ସ୍ୱିଡେନ ପ୍ରଧାନମନ୍ତ୍ରୀ କ୍ରିଷ୍ଟରସନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

 

*****

SM/SLP



(Release ID: 1981967) Visitor Counter : 65