ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

ପ୍ରସ୍ତାବିତ ଜାତୀୟ ଫାର୍ମାସି କମିଶନ ବିଲ୍ ୨୦୨୩ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାଧାରଣ ଲୋକଙ୍କ ମତାମତ ଲୋଡ଼ିଲା

ପୋଷ୍ଟ କରାଯିବା ଦିନାଙ୍କ: 20 NOV 2023 11:56AM by PIB Bhubaneswar

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଜାତୀୟ ଫାର୍ମାସି ଆୟୋଗର ସ୍ଥାପନା ଏବଂ ଫାର୍ମାସି ଅଧିନିୟମ, ଆଇନ, ୧୯୪୮କୁ ଉଚ୍ଛେଦ କରିବା ପାଇଁ ଜାତୀୟ ଆୟୋଗ ବିଧେୟକ, ୨୦୨୩କୁ ଚୂଡ଼ାନ୍ତ ରୂପ ଦେବାକୁ ପ୍ରସ୍ତାବ ଦେଇଛି। ତଦନୁଯାୟୀ, ଜାତୀୟ ଫାର୍ମାସି ଆୟୋଗ ବିଲର ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି ଏବଂ ତାହାକୁ ୧୪-୧୧-୨୦୨୩ରେ ସାର୍ବଜନିକ ସୂଚନା ୧୦-୧୧-୨୦୨୩ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟରେ (ସମ୍ବାଦ ଏବଂ ହାଇଲାଇଟ୍ସ ବିଭାଗରେ) ଅପଲୋଡ୍ କରାଯାଇଛି।

ଏହି ବିଜ୍ଞପ୍ତିରେ ପ୍ରସ୍ତାବିତ ଆଇନକୁ ସମୃଦ୍ଧ କରିବା ପାଇଁ ସାଧାରଣ ଜନତା/ଅଂଶୀଦାରଙ୍କ ମତାମତ ଲୋଡ଼ାଯାଇଛି। ମତାମତ hrhcell-mohfw[at]nic[dot]in oratpubliccommentsahs[at]gmail[dot]com ରେ ଇ-ମେଲ୍ ମାଧ୍ୟମରେ ୧୪-୧୨-୨୦୨୩ ପର୍ଯ୍ୟନ୍ତ ପ୍ରସ୍ତୁତ କରାଯାଇପାରିବ।

*************

NS/MB


(ରିଲିଜ ଆଡି: 1978409) ପରିଦର୍ଶକ କାଉଣ୍ଟର : 127