ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁଜରାଟୀ ନୂଆ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 14 NOV 2023 10:57AM by PIB Bhubaneshwar

ଗୁଜରାଟୀ ନୂଆବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

 

ସମଗ୍ର ବିଶ୍ୱରେ ନୂତନ ବର୍ଷ ପାଳନ କରୁଥିବା ସଭିଁଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇ କହିଛନ୍ତି, ସମସ୍ତେ ଭୋକାଲ ଫର୍ ଲୋକାଲ ଅଭିଯାନକୁ ସଫଳ କରିଥିବାରୁ ଏହି ବର୍ଷ ଏକ ବିଶେଷ ବର୍ଷ ହୋଇଛି ।

 

ସ୍ଥାନୀୟ ଉତ୍ପାଦ କିଣିବା ଦ୍ୱାରା ନୂଆ ବର୍ଷ ନୂଆ ଆଲୋକ ବିସ୍ତାର କରିଛି ।

 

ଏକ ବିକଶିତ ଭାରତ ଗଠନ ପାଇଁ ଆଗାମୀ ବର୍ଷରେ ମଧ୍ୟ ସଭିଏ ସମାନ ଉତ୍ସାହର ସହ ସ୍ଥାନୀୟ ଉତ୍ପାଦର ବ୍ୟାପକତା ଲାଗି ନିଜକୁ ସମର୍ପିତ କରିବା ।

 

ଶ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ସମଗ୍ର ବିଶ୍ୱରେ ନୂତନ ବର୍ଷ ପାଳନ କରୁଥିବା ମୋର ସମସ୍ତ ପରିବାର ସଦସ୍ୟଙ୍କୁ ଶୁଭେଚ୍ଛା । ଆପଣ ସଭିଁଏ ଭୋକାଲ ଫର୍ ଲୋକାଲ ଅଭିଯାନକୁ ସଫଳ କରିଥିବାରୁ ଏହି ବର୍ଷ ଏକ ବିଶେଷ ବର୍ଷ ହୋଇପାରିଛି । ସ୍ଥାନୀୟ ଉତ୍ପାଦ କିଣିବା ଦ୍ୱାରା ନୂଆ ବର୍ଷ ନୂଆ ଆଲୋକ ବିସ୍ତାର କରିଛି । ଏକ ବିକଶିତ ଭାରତ ଗଠନ ପାଇଁ ଆଗାମୀ ବର୍ଷରେ ମଧ୍ୟ ସଭିଏ ସମାନ ଉତ୍ସାହର ସହ ସ୍ଥାନୀୟ ଉତ୍ପାଦର ବ୍ୟାପକତା ଲାଗି ନିଜକୁ ସମର୍ପିତ କରିବା ।’

 

 SR



(Release ID: 1976908) Visitor Counter : 62