ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମୋ ମାଟି ମୋ ଦେଶ ଅଭିଯାନକୁ ପ୍ରୋତ୍ସାହିତ କରିବାରେ ଜଡ଼ିତ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା


ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି ମୋ ମୋଟି ମୋ ଦେଶ ଅଭିଯାନ ଅଧୀନରେ ମୋ ମୋଟି ସହ ସେଲ୍‌ଫି ପ୍ରୋଗ୍ରାମ ଆୟୋଜନ କରିଛି

ପୋଷ୍ଟ କରାଯିବା ଦିନାଙ୍କ: 10 NOV 2023 8:10PM by PIB Bhubaneswar

ମୋ ମାଟି ମୋ ଦେଶ ଅଭିଯାନକୁ ପ୍ରୋତ୍ସାହିତ କରିବାରେ ଜଡ଼ିତ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

 

ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି ମୋ ମୋଟି ମୋ ଦେଶ ଅଭିଯାନ ଅଧୀନରେ ମୋ ମୋଟି ସହ ସେଲ୍‌ଫି ପ୍ରୋଗ୍ରାମ ଆୟୋଜନ କରିଛି ।

 

ଏହି ଅଭିଯାନରେ ୪୦ ବିଶ୍ୱବିଦ୍ୟାଳୟର ୭ ହଜାର କଲେଜରୁ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ଏବଂ ଏତେସଂଖ୍ୟାରେ ଅଂଶଗ୍ରହଣ ଯୋଗୁ ଏହି ଅଭିଯାନ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଦ୍ୱାରା ରେକର୍ଡ ମଧ୍ୟ କରାଯାଇଥିଲା ।

 

ଏହି ଅଭିଯାନ ଉପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେଙ୍କ ଏକ୍ସ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଏହି ଅଭିଯାନରେ ଜଡ଼ିତ ସମସ୍ତଙ୍କୁ ମୁଁ ପ୍ରଶଂସା କରୁଛି, ଯେଉଁମାନେ ମୋ ମୋଟି ମୋ ଦେଶ ଅଭିଯାନକୁ ବଡ଼ ଆକାରରେ ପ୍ରୋତ୍ସାହିତ କରିଛନ୍ତି ଏବଂ ଜାତୀୟ ଗୌରବ ଏବଂ ଏକତା ଭାବନାକୁ ଏକ ପ୍ରକାରର ପ୍ରୋତ୍ସାହିତ କରିଛନ୍ତି ।’

 SR


(ରିଲିଜ ଆଡି: 1976684) ପରିଦର୍ଶକ କାଉଣ୍ଟର : 132