ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତରେ ପେଟେଣ୍ଟ ଆବେଦନରେ ବୃଦ୍ଧିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 08 NOV 2023 1:34PM by PIB Bhubaneshwar

ଭାରତରେ ପେଟେଣ୍ଟ ଆବେଦନ ବୃଦ୍ଧିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି ।

 

ସେ ଡବ୍ଲ୍ୟୁଆଇପିଓ ପୋଷ୍ଟ ସହ ଏକ ଲିଙ୍କ୍ ସେୟାର କରିଛନ୍ତି । ଏଥିରେ କୁହାଯାଇଛି ଯେ, ୨୦୨୨ରେ ଭାରତ ବାସୀଙ୍କ ଦ୍ୱାରା ପେଟେଣ୍ଟ ଆବେଦନ ୩୧.୬% ବୃଦ୍ଧି ପାଇଛି ଯାହାକି, ଶୀର୍ଷ ୧୦ ଆବେଦନକାରୀଙ୍କ ମଧ୍ୟରେ କୌଣସି ଅନ୍ୟ ଦେଶ ସହିତ ତୁଳନାତ୍ମକ ଭାବେ ୧୧ ବର୍ଷ ବୃଦ୍ଧି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଭାରତରେ ପେଟେଣ୍ଟ ଆବେଦନଗୁଡ଼ିକର ବୃଦ୍ଧି ଆମ ଯୁବବର୍ଗଙ୍କ ଅଭିନବ ଉତ୍ସାହକୁ ଦର୍ଶାଉଛି ଏବଂ ଭବିଷ୍ୟତ ପାଇଁ ଏହା ଏକ ସକାରାତ୍ମକ ସଙ୍କେତ ।’

 

 SR



(Release ID: 1975843) Visitor Counter : 75