ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ଶ୍ରୀ ଡି.ବି ଚନ୍ଦ୍ରଗୌଡ଼ାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 07 NOV 2023 11:12AM by PIB Bhubaneshwar

କର୍ଣ୍ଣାଟକ ସାଂସଦ, ବିଧାୟକ ତଥା ମନ୍ତ୍ରୀ ଶ୍ରୀ ଡି.ବି ଚନ୍ଦ୍ରଗୌଡ଼ାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଶ୍ରୀ ଡି.ବି ଚନ୍ଦ୍ରଗୌଡ଼ାଙ୍କ ଦେହାନ୍ତରେ ଦୁଃଖିତ । ଜନସେବାରେ ନିଜକୁ ବ୍ରତୀ କରିଥିବା କର୍ଣ୍ଣାଟକର ସାଂସଦ, ବିଧାୟକ ତଥା ମନ୍ତ୍ରୀ ଭାବେ ତାଙ୍କର ବ୍ୟାପକ ଅଭିଜ୍ଞତା ଅବିସ୍ମରଣୀୟ ଛାପ ଛାଡ଼ିଛି । ଆମ ସମ୍ବିଧାନ ଉପରେ ଗଭୀର ଜ୍ଞାନ ଏବଂ ସମାଜ ସେବା ପ୍ରତି ତାଙ୍କ ପ୍ରତିବଦ୍ଧତା ଉଲ୍ଲେଖନୀୟ । ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ମୋର ସମବେଦନା । ଓମ୍ ଶାନ୍ତି ।’

 

 SR



(Release ID: 1975540) Visitor Counter : 61