ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ ଚାମ୍ପିୟନ୍ସ ଟ୍ରଫି ୨୦୨୩ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 06 NOV 2023 6:23PM by PIB Bhubaneshwar

ଏସୀୟ ଚାମ୍ପିୟନ୍ସ ଟ୍ରଫି ୨୦୨୩ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

ଭାରତର ନାରୀ ଶକ୍ତି ପୁଣି ଏକ ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି!

 

ଏସୀୟ ଚାମ୍ପିୟନ୍ସ ଟ୍ରଫି ୨୦୨୩ରେ ସମ୍ମାନଜନକ ସ୍ୱର୍ଣ୍ଣ ପଦକ ଜିତିଥିବା ଆମ ଦକ୍ଷ ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ । କୌଶଳ, ଅତୁଟ ନିଷ୍ଠା ଏବଂ ନିରନ୍ତର ଦୃଢ଼ ସଂକଳ୍ପର ଉତ୍କୃଷ୍ଟ ପ୍ରଦର୍ଶନ ବାସ୍ତବରେ ଆମ ହୃଦୟକୁ ଗୌରବାନ୍ୱିତ କରିଛି ।

 

ଅନ୍ତର୍ଜାତୀୟ ମଞ୍ଚରେ ଦେଶର ଗୌରବ ବଢ଼ାଇଥିବା ଚାମ୍ପିୟନଙ୍କୁ ଅଭିନନ୍ଦନ!

 

 SR


(रिलीज़ आईडी: 1975538) आगंतुक पटल : 97
इस विज्ञप्ति को इन भाषाओं में पढ़ें: Bengali , Kannada , English , Urdu , Marathi , हिन्दी , Assamese , Manipuri , Punjabi , Gujarati , Tamil , Telugu , Malayalam