ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଇଜିପ୍ଟ ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ


ଦୁଇ ନେତା ପଶ୍ଚିମ ଏସିଆର ପରିସ୍ଥିତି ଏବଂ ଏହାର ବ୍ୟାପକ ପ୍ରଭାବ ଉପରେ ଆଲୋଚନା କରିଛନ୍ତି

ଉଭୟ ନେତା ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନ ହାନି କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି

ଇସ୍ରାଏଲ-ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ଦୀର୍ଘଦିନର ଏବଂ ନୀତିଗତ ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି

ପ୍ରଧାନମନ୍ତ୍ରୀ ପାଲେଷ୍ଟାଇନ୍ ବାସୀଙ୍କ ପାଇଁ ଭାରତର ବିକାଶ ଭାଗିଦାରୀ ଏବଂ ମାନବୀୟ ସହାୟତା ଉପରେ ଆଲୋକପାତ କରିଥିଲେ

ଶାନ୍ତି ଓ ସ୍ଥିରତାକୁ ବଜାୟ ରଖିବାର ଆବଶ୍ୟକତା ଉପରେ ଦୁଇ ନେତା ସହମତ ହୋଇଛନ୍ତି

प्रविष्टि तिथि: 28 OCT 2023 11:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଜିପ୍ଟର ରାଷ୍ଟ୍ରପତି ମହାମହିମ ଶ୍ରୀ ଅବଦେଲ୍‌ ଫତ୍ତାହ ଏଲ-ସିସି ଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି ।

ଉଭୟ ନେତା ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତି ଏବଂ ଏହି ଅଞ୍ଚଳ ତଥା ବିଶ୍ୱ ଉପରେ ଏହାର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ ।

ଉଭୟ ନେତା ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନ ହାନି କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ଇସ୍ରାଏଲ-ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ଦୀର୍ଘଦିନର ଏବଂ ନୀତିଗତ ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ।

ପ୍ରଧାନମନ୍ତ୍ରୀ ପାଲେଷ୍ଟାଇନ୍ ବାସୀଙ୍କ ପାଇଁ ଭାରତର ବିକାଶ ଭାଗିଦାରୀ ଏବଂ ମାନବୀୟ ସହାୟତା ଉପରେ ଆଲୋକପାତ କରିଥିଲେ ।

ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଏବଂ ମାନବିକ ସହାୟତା ଯୋଗାଇ ଦେବା ଉପରେ ଉଭୟ ନେତା ସହମତ ହୋଇଥିଲେ।

 

BS


(रिलीज़ आईडी: 1972745) आगंतुक पटल : 130
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam