ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସିଆନ୍ ପାରା ଗେମ୍ସରେ ଭାରତର ୭୩ ପଦକ ରେକର୍ଡକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ଯାହାକି ଏବେ ମଧ୍ୟ ବୃଦ୍ଧି ହେଉଛି

प्रविष्टि तिथि: 26 OCT 2023 12:34PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାକର୍ତ୍ତା ୨୦୧୮ର ପୂର୍ବ ରେକର୍ଡକୁ ଅତିକ୍ରମ କରି ଏସୀୟ ପାରା ଗେମ୍ସରେ ଭାରତର ରେକର୍ଡ ୭୩ ପଦକ ରେକର୍ଡ଼କୁ ପ୍ରଶଂସା କରିଛନ୍ତି ଯାହା ଏବେ ମଧ୍ୟ ବୃଦ୍ଧି ହେବା ଜାରି ରହଛି। ଶ୍ରୀ ମୋଦୀ ପାରା ଆଥଲେଟ ମାନଙ୍କ ପ୍ରତିବଦ୍ଧତା, ଦୃଢ଼ତା ଏବଂ ଅତୁଟ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ଏସୀୟ ପାରା ଗେମ୍ସରେ ଭାରତ ଅଭୂତପୂର୍ବ ୭୩ ପଦକ ହାସଲ କରିବା ସହ ଏବେ ବି ଶକ୍ତିଶାଳୀ ପ୍ରଦର୍ଶନ କରି ଜାକର୍ତା ୨୦୧୮ ଏସୀୟ ପାରା ଗେମ୍ସରେ ଆମର ପୂର୍ବ ୭୨ ପଦକ ରେକର୍ଡ ଭାଙ୍ଗିଛି

ଏହି ଗୁରୁତ୍ୱପୂର୍ଣ୍ଣ ଅବସର ଆମ ଆଥଲେଟମାନଙ୍କ ଅଦମ୍ୟ ସଂକଳ୍ପକୁ ପ୍ରତିଫଳିତ କରେ

ଇତିହାସରେ ନିଜ ନାମ ଲିପିବଦ୍ଧ କରିଥିବା ଆମର ଅସାଧାରଣ ପାରା-ଆଥଲେଟ ମାନଙ୍କ ପାଇଁ ଏହା ଏକ ଗୌରବର ବିଷୟ, ଯାହା ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଅତ୍ୟନ୍ତ ଆନନ୍ଦରେ ଭରି ଦେଇଛି

ସେମାନଙ୍କର ପ୍ରତିବଦ୍ଧତା, ଦୃଢ଼ତା ଏବଂ ଉତ୍କୃଷ୍ଟ ହେବାପାଇଁ ଅତୁଟ ଅଭିଯାନ ପ୍ରକୃତରେ ପ୍ରେରଣାଦାୟକ!

ଏହି ଐତିହାସିକ ସଫଳତା ଭବିଷ୍ୟତ ପିଢ଼ିକୁ ପ୍ରେରଣା ଦେଇ ଏକ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିବ

  

  

BS


(रिलीज़ आईडी: 1972194) आगंतुक पटल : 123
इस विज्ञप्ति को इन भाषाओं में पढ़ें: Marathi , Bengali , English , Urdu , Urdu , हिन्दी , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam