ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ ପାରା ଗେମ୍ସରେ ମହିଳା ଡବଲ୍ସ ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ପଦକ ଜିତିଥିବା ମନୀଷା ରାମଦାସ ଓ ମନଦୀପ କୌରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 26 OCT 2023 9:32PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ମହିଳା ଡବଲ୍ସ ବ୍ୟାଡମିଣ୍ଟନ ଏସଏଲ୩-ଏସୟୁ୫ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ମନୀଷା ରାମଦାସ ଏବଂ ମନଦୀପ କୌରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେମାନଙ୍କର ଦୃଷ୍ଟାନ୍ତମୂଳକ ସମନ୍ୱୟ ଓ ସଂକଳ୍ପକୁ ମଧ୍ୟ ସେ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:

ମହିଳା ଡବଲ୍ସ ବ୍ୟାଡମିଣ୍ଟନ ଏସଏଲ୩-ଏସ୍ୟୁ୫ ଇଭେଣ୍ଟରେ କାଂସ୍ୟ ପଦକ ଜିତିଥିବା ମନୀଷା ରାମଦାସ ଓ ମନଦୀପ କୌରଙ୍କୁ ଅଭିନନ୍ଦନ।

ସେମାନେ ଦୃଷ୍ଟାନ୍ତମୂଳକ ସମନ୍ୱୟ ଓ ସଂକଳ୍ପ ପ୍ରଦର୍ଶନ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଭାରତ ଗର୍ବିତ।

 

    

BS

 


(रिलीज़ आईडी: 1972028) आगंतुक पटल : 97
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam