ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ ପାରା ଗେମ୍ସରେ ମହିଳା ୧୫୦୦ ମିଟର ଟି-୧୧ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ଲଳିତା କିଲାକାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
प्रविष्टि तिथि:
25 OCT 2023 9:41PM by PIB Bhubaneswar
ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସରେ ମହିଳା ୧୫୦୦ ମିଟର ଟି-୧୧ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ଲଳିତା କିଲାକାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ସେ ତାଙ୍କ ଅତୁଳନୀୟ ଉଦ୍ୟମ ଏବଂ ନିଷ୍ଠାକୁ ପ୍ରଶଂସା ମଧ୍ୟ କରିଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ମହିଳା ୧୫୦୦ ମିଟର ଟି-୧୧ରେ ଲଳିତା କିଲାକା ରୌପ୍ୟ ପଦକ ହାସଲ କରିବା ଭାରତ ପାଇଁ ଗର୍ବର ମୁହୂର୍ତ୍ତ । ତାଙ୍କ ଅତୁଳନୀୟ ପ୍ରଦର୍ଶନ ଏବଂ ଦୃଢ଼ ନିଷ୍ଠା ବାସ୍ତବରେ ପ୍ରଶଂସନୀୟ । ସେ ନୂଆ ଉଚ୍ଚତାକୁ ଛୁଇଁବା ଜାରି ରଖନ୍ତୁ ।’
SR
(रिलीज़ आईडी: 1971800)
आगंतुक पटल : 116
इस विज्ञप्ति को इन भाषाओं में पढ़ें:
Malayalam
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada