ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସୀୟ ପାରା ଗେମ୍ସରେ ମହିଳା ୧୫୦୦ ମିଟର ଟି-୧୧ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ଲଳିତା କିଲାକାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 25 OCT 2023 9:41PM by PIB Bhubaneshwar

ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସରେ ମହିଳା ୧୫୦୦ ମିଟର ଟି-୧୧ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ଲଳିତା କିଲାକାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ସେ ତାଙ୍କ ଅତୁଳନୀୟ ଉଦ୍ୟମ ଏବଂ ନିଷ୍ଠାକୁ ପ୍ରଶଂସା ମଧ୍ୟ କରିଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ମହିଳା ୧୫୦୦ ମିଟର ଟି-୧୧ରେ ଲଳିତା କିଲାକା ରୌପ୍ୟ ପଦକ ହାସଲ କରିବା ଭାରତ ପାଇଁ ଗର୍ବର ମୁହୂର୍ତ୍ତ । ତାଙ୍କ ଅତୁଳନୀୟ ପ୍ରଦର୍ଶନ ଏବଂ ଦୃଢ଼ ନିଷ୍ଠା ବାସ୍ତବରେ ପ୍ରଶଂସନୀୟ । ସେ ନୂଆ ଉଚ୍ଚତାକୁ ଛୁଇଁବା ଜାରି ରଖନ୍ତୁ ।’

 

 SR



(Release ID: 1971800) Visitor Counter : 59