ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଜାଭେଲିନ ଏଫ୬୪ ପ୍ରତିଯୋଗିତାରେ ସୁମିତ ଅନ୍ତିଲ ସ୍ୱର୍ଣ୍ଣ ପଦକ ଜିତିବା ଏବଂ ବିଶ୍ୱ ରେକର୍ଡ କରିଥିବାରୁ ଖୁସି ମନାଇଲେ ପ୍ରଧାନମନ୍ତ୍ରୀ

Posted On: 25 OCT 2023 1:24PM by PIB Bhubaneshwar

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଜାଭେଲିନ ଏଫ୬୪ ୨ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିବା ଓ ପାରା ଏସିଆନ୍ ରେକର୍ଡ ଏବଂ ଗେମ୍ସ ରେକର୍ଡ ପାଇଁ ସୁମିତ ଅନ୍ତିଲଙ୍କୁୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଅବିଶ୍ୱସନୀୟ ସଫଳତା!

 

ସୁମିତ ଅନ୍ତିଲ ଏସୀୟ ପାରା ଗେମ୍ସରେ ପୁରୁଷ ଜାଭେଲିନ ଏଫ୬୪ ପ୍ରତିଯୋଗିତାରେ ସ୍ୱର୍ଣ୍ଣ  ପଦକ ଜିତିବା ସହ ଏକ ବିଶ୍ୱ ରେକର୍ଡ, ପାରା ଏସୀଆନ ରେକର୍ଡ ଏବଂ ଗେମ୍ସ ରେକର୍ଡ କରିଛନ୍ତି ।’

 

ସୁମିତ ବାସ୍ତବରେ ଜଣେ ଚାମ୍ପିୟନ! ତାଙ୍କ ଅସାଧାରଣ ପ୍ରଦର୍ଶନ ତାଙ୍କ ଅଦମ୍ୟ ନିଷ୍ଠା ଏବଂ କୌଶଳର ପ୍ରମାଣ ।

 

ଭାରତ ଏହି ବିଜୟକୁ ବହୁତ ଗର୍ବର ସହ ପାଳୁଛି ।’

 

SR



(Release ID: 1971275) Visitor Counter : 46