ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଉଚ୍ଚ ଡିଆଁ ଟି୪୭ ପ୍ରତିଯୋଗିତାରେ ରୌପ୍ୟ ପଦକ ପାଇଥିବା ରାମପାଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 23 OCT 2023 5:41PM by PIB Bhubaneswar

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଉଚ୍ଚ ଡିଆଁ ଟି୪୭ ପ୍ରତିଯୋଗିତାରେ ରୌପ୍ୟ ପଦକ ପାଇଥିବା ରାମପାଲଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଏସୀୟ ପାରାଗେମ୍ସ ପୁରୁଷ ଉଚ୍ଚଡିଆଁ ଟି୪୭ ପ୍ରତିଯୋଗିତାରେ ଉଲ୍ଲେଖନୀୟ ରୌପ୍ୟ ପଦକ ଜିତିଥିବାରୁ ରାମପାଲଙ୍କୁ ଅଭିନନ୍ଦନ । ସେ ଉଚ୍ଚ ଲକ୍ଷ୍ୟ ରଖିବା ଜାରି ରଖନ୍ତୁ ଏବଂ ବହୁ ସଫଳତା ହାସଲ କରନ୍ତୁ । ତାଙ୍କର ଏହି ଉପଲବ୍ଧିରେ ଭାରତ ଖୁସି ।’

 

SR


(रिलीज़ आईडी: 1970614) आगंतुक पटल : 119
इस विज्ञप्ति को इन भाषाओं में पढ़ें: Kannada , Malayalam , English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu