ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ନୂତନ ପୁସ୍ତକ 'ଇଗ୍ନାଇଟିଂ କଲେକ୍ଟିଭ୍ ଗୁଡନେସ୍: ମନ୍ କି ବାତ୍ @ ୧୦୦' ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ଦେଶ ଦ୍ୱାରା ନିଆଯାଇଥିବା ଏକ ଅନନ୍ୟ ଯାତ୍ରାର କାହାଣୀ ବର୍ଣ୍ଣନା କରୁଛି ବୋଲି କହିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ

ମୋଦୀଜୀ କିପରି ନିଜ ଶବ୍ଦ ବଳରେ ଦେଶକୁ ବ୍ୟାପକ କଲ୍ୟାଣର ସାଧାରଣ ଲକ୍ଷ୍ୟ ପଛରେ ଆଗେଇ ନେଇଛନ୍ତି ସେ ବିଷୟରେ ଏହି ପୁସ୍ତକରେ ଆଲୋକପାତ କରାଯାଇଛି

'ମନ୍ କି ବାତ୍'ର ୧୦୦ତମ ଅଧ୍ୟାୟ ଅତିକ୍ରମ କରିଥିବା ସମୟରେ ପରିବର୍ତ୍ତନର ଯାତ୍ରା ବିଷୟରେ ଚିନ୍ତା କରିବାକୁ ଚାହୁଁଥିବା ଯୁବକମାନେ ଏହି ପୁସ୍ତକକୁ ନିହାତି ପଢ଼ିବା ଦରକାର

प्रविष्टि तिथि: 17 OCT 2023 4:31PM by PIB Bhubaneshwar

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ନୂତନ ପୁସ୍ତକ 'ଇଗ୍ନାଇଟିଂ କଲେକ୍ଟିଭ୍ ଗୁଡନେସ୍: ମନ୍ କି ବାତ୍ @ ୧୦୦' ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ଦେଶ ଦ୍ୱାରା ନିଆଯାଇଥିବା ଏକ ଅନନ୍ୟ ଯାତ୍ରାର କାହାଣୀକୁ ବର୍ଣ୍ଣନା କରିଛି 'ଏକ୍ସ'ରେ ଏକ ପୋଷ୍ଟରେ ଅମିତ ଶାହ କହିଛନ୍ତି ଯେ, ମୋଦୀଜୀ କିପରି ନିଜ ଶବ୍ଦ ବଳରେ ଦେଶକୁ ବ୍ୟାପକ କଲ୍ୟାଣର ସାଧାରଣ ଲକ୍ଷ୍ୟ ପଛରେ ଆଗେଇ ନେଇଛନ୍ତି ସେ ବିଷୟରେ ଏହି ପୁସ୍ତକରେ ନୂତନ ଭାବେ ଆଲୋକପାତ କରାଯାଇଛି

'ମନ୍ କି ବାତ୍'ର ୧୦୦ତମ ଅଧ୍ୟାୟ ଅତିକ୍ରମ କରିଥିବା ସମୟରେ ପରିବର୍ତ୍ତନର ଯାତ୍ରା ବିଷୟରେ ଚିନ୍ତା କରିବାକୁ ଚାହୁଁଥିବା ଯୁବକମାନେ ଏହି ପୁସ୍ତକକୁ ନିହାତି ପଢ଼ିବା ଦରକାର ବୋଲି ଶ୍ରୀ ଶାହ କହିଛନ୍ତି ଏହି ଅବସରରେ ସେ ପୁସ୍ତକର ପ୍ରକାଶକଙ୍କୁ ଏଭଳି ଏକ ମୂଲ୍ୟବାନ ପୁସ୍ତକ ପ୍ରକାଶ କରିବା ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି

******

P.S.


(रिलीज़ आईडी: 1968593) आगंतुक पटल : 147
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Gujarati , Tamil , Kannada , Malayalam