ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ତାଞ୍ଜାନିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତି

Posted On: 09 OCT 2023 1:43PM by PIB Bhubaneshwar

ମହାମହିମ, ରାଷ୍ଟ୍ରପତି ସାମିୟା ହସନ ମହୋଦୟା,

ଦୁଇ ଦେଶର ପ୍ରତିନିଧି ଗଣ,

ମିଡିଆ ବନ୍ଧୁଗଣ,

ନମସ୍କାର !

ସର୍ବପ୍ରଥମେ ମୁଁ ରାଷ୍ଟ୍ରପତି ଏବଂ ତାଙ୍କ ପ୍ରତିନିଧିମାନଙ୍କୁ ଭାରତରେ ସ୍ୱାଗତ କରୁଛି ।

ତାଞ୍ଜାନିଆର ରାଷ୍ଟ୍ରପତି ଭାବେ ଏହା ହେଉଛି ତାଙ୍କର ପ୍ରଥମ ଭାରତ ଯାତ୍ରା । କିନ୍ତୁ ସେ ଭାରତ ଏବଂ ଭାରତର ଲୋକମାନଙ୍କ ସହିତ ଦୀର୍ଘ ଦିନ ଧରି ଯୋଡି ହୋଇ ରହିଛନ୍ତି ।

ଭାରତ ପ୍ରତି ତାଙ୍କର ଏହି ଘନିଷ୍ଠତା ଏବଂ ପ୍ରତିବଦ୍ଧତା, ଆମକୁ ପ୍ରତ୍ୟେକ କ୍ଷେତ୍ରରେ ଆମର ସଂପର୍କ ସୁଦୃଢ କରିବାରେ ପ୍ରେରଣା ଦେଉଛି ।

ଆଫ୍ରିକୀୟ ସଂଘ G-20ର ସ୍ଥାୟୀ ସଦସ୍ୟ ଭାବେ ସାମିଲ ହେବା ପରେ, ପ୍ରଥମ ଥର ପାଇଁ କୌଣସି ଆଫ୍ରିକୀୟ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଭାରତରେ ସ୍ୱାଗତ କରିବାର ସୁଯୋଗ ମିଳିଛି ।

ଏଥିପାଇଁ ଏହି ଯାତ୍ରାର ଗୁରୁତ୍ୱ ଆମ ପାଇଁ ଅନେକ ଗୁଣ ବଢି ଯାଇଛି ।

ବନ୍ଧୁଗଣ,

ଆଜିର ଦିନ ହେଉଛି ଭାରତ ଏବଂ ତାଞ୍ଜାନିଆ ସମ୍ବନ୍ଧର ଏକ ଐତିହାସିକ ଦିନ ।

ଆଜି ଆମେ ନିଜର ଶତାବ୍ଦୀ ପୁରୁଣା ବନ୍ଧୁତ୍ୱକୁ ରଣନୀତିକ ଭାଗିଦାରୀର ସୂତ୍ରରେ ବାନ୍ଧୁଛୁ ।

ଆଜିର ବୈଠକରେ ଆମେ ଏହି ଭବିଷ୍ୟତ ରଣନୀତିକ ଭାଗିଦାରୀରର ମୂଳଦୁଆ ପ୍ରତିଷ୍ଠା  କରି ଅନେକ ପଦକ୍ଷେପର ଚିହ୍ନଟ କରିଛୁ ।

ଭାରତ ଏବଂ ତାଞ୍ଜନିଆ ପାରସ୍ପରିକ ବ୍ୟବସାୟ ଏବଂ ନିବେଶ ପାଇଁ ଜଣେ  ହେଉଛନ୍ତି ଅନ୍ୟ ଜଣଙ୍କର ଗୁରୁତ୍ୱପୂର୍ଣ୍ଣ ସହଭାଗୀ ।

ଉଭୟ ପକ୍ଷ ସ୍ଥାନୀୟ ମୁଦ୍ରାରେ ବ୍ୟବସାୟ ବୃଦ୍ଧି କରିବା ପାଇଁ ଏକ ବୁଝାମଣା ଉପରେ କାର୍ଯ୍ୟ କରୁଛନ୍ତି ।

ଆମର ଆର୍ଥିକ ସହଯୋଗର ସମ୍ପୂର୍ଣ୍ଣ ସମ୍ଭାବନାକୁ ଅନୁଭବ କରିବା ପାଇଁ ଆମେ ନୂତନ ସୁଯୋଗର ସନ୍ଧାନ ଜାରି ରଖିବୁ ।

ତାଞ୍ଜାନିଆ ହେଉଛି ଆଫ୍ରିକାରେ ଭାରତର ସର୍ବ ବୃହତ ଏବଂ ନିକଟତମ ବିକାଶର ସହଭାଗୀ ।

ଭାରତ ଆଇସିଟି କେନ୍ଦ୍ରଗୁଡିକରେ, ଧନ୍ଦାମୂଳକ ତାଲିମ, ପ୍ରତିରକ୍ଷା ପ୍ରଶିକ୍ଷଣ, ଆଇଟିଇସି ତଥା ଆଇସିସିଆର ବୃତି ମାଧ୍ୟମରେ ତାଞ୍ଜାନିଆର ଦକ୍ଷତା ବିକାଶ ଏବଂ ଦକ୍ଷତା ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି ।

ଜଳ ଯୋଗାଣ, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ମିଳିମିଶି କାର୍ଯ୍ୟ କରି ଆମେ ତାଞ୍ଜାନିଆର ଲୋକମାନଙ୍କ ଜୀବନରେ ସକାରତ୍ମକ ପରିବର୍ତନ ଆଣିବାର ପ୍ରୟାସ କରୁଛୁ ।

ଏହି ପ୍ରତିବଦ୍ଧତା ଦ୍ୱାରା ଆମେ ଆଗକୁ ମଧ୍ୟ ନିଜର ପ୍ରୟତ୍ନ ଜାରି ରଖିବୁ ।

ଆଇଆଇଟି ମାଡ୍ରସ ଦ୍ୱାରା ଜାଞ୍ଜିବରରେ କ୍ୟାମ୍ପସ ଖୋଲିବାର ନିଷ୍ପତି ଆମ ସମ୍ବନ୍ଧ କ୍ଷେତ୍ରରେ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ।

ଏହା କେବଳ ତାଞ୍ଜାନିଆ ପାଇଁ ହିଁ ନୁହେଁ ବରଂ ଆଖପାଖ ଦେଶର ଛାତ୍ର-ଛାତ୍ରୀମାନଙ୍କ ପାଇଁ ଉଚ୍ଚ ଗୁଣାତ୍ମକ ଶିକ୍ଷାର କେନ୍ଦ୍ର ହେବ ।

ଉଭୟ ଦେଶର ବିକାଶ ଯାତ୍ରାର ଏକ ବହୁତ ବଡ଼ ଆଧାର ହେଉଛି ପ୍ରଯୁକ୍ତି ବିଦ୍ୟା ।

ଆଜି ଡିଜିଟାଲ ମାଧ୍ୟମରେ ସାଧାରଣ ଜିନିଷର ସହଭାଗୀତା ଉପରେ ହୋଇଥିବା ବୁଝାମଣା ଦ୍ୱାରା ଆମ ଭାଗିଦାରୀକୁ ଶକ୍ତି ମିଳିବ ।

ମୁଁ ଖୁସି ଯେ, ୟୁପିଆଇର ସଫଳତାର କାହାଣୀ ତାଞ୍ଜାନିଆରେ ଆପଣାଇବା ପାଇଁ ପଦକ୍ଷେପ ନିଆଯାଉଛି ।

ବନ୍ଧୁଗଣ,

ପ୍ରତିରକ୍ଷା କ୍ଷେତ୍ରରେ ଆମ ୫ବର୍ଷର ରୋଡ ମ୍ୟାପ୍ ଉପରେ ସହମତ ହୋଇଛୁ ।

ଏହା ମାଧ୍ୟମରେ ମିଲିଟାରୀ ତାଲିମ, ନୌବାଣିଜ୍ୟ ସହଯୋଗ, ଦକ୍ଷତା ବିକାଶ, ପ୍ରତିରକ୍ଷା ଉଦ୍ୟୋଗ ଭଳି କ୍ଷେତ୍ରରେ ନୂତନ ପରିମାପ ସାମିଲ ହେବ ।

ଉର୍ଜ୍ଜା କ୍ଷେତ୍ରରେ ମଧ୍ୟ ଭାରତ ଏବଂ ତାଞ୍ଜାନିଆ ମଧ୍ୟରେ ନିବିଡ ସହଯୋଗ ରହିଛି ।

ଭାରତରେ ଦ୍ରୁତ ଗତିରେ ବଦୁଳୁଥିବା ସ୍ୱଚ୍ଛ ଇନ୍ଧନ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ଆମେ ଏହି ଗୁରୁତ୍ୱପୁର୍ଣ୍ଣ କ୍ଷେତ୍ରରେ ମିଳିମିଶି କାର୍ଯ୍ୟ କରିବା ଉପରେ ସହମତି ପ୍ରକାଶ କରିଛୁ ।

ମୁଁ ଖୁସି ଯେ, ତାଞ୍ଜାନିଆ ଭାରତ ଦ୍ୱାରା G-20 ଶିଖର ସମ୍ମିଳନୀରେ ଶୁଭାରମ୍ଭ କରାଯାଇଥିବା ବୈଶ୍ୱିକ ଜୈବ ଇନ୍ଧନ ମେଂଟରେ ସାମିଲ ହେବାକୁ ନିଷ୍ପତି ନେଇଛି ।

ଏହା ସହିତ ତାଞ୍ଜାନିଆ ଦ୍ୱାରା ନିଆଯାଇଥିବା ଆନ୍ତର୍ଜାତୀୟ ବିଗ୍ କ୍ୟାଟ୍ ମେଂଟ ସହିତ ସାମିଲ ହେବାର ନିଷ୍ପତି ଯୋଗୁଁ ଆମେ ବିଗ୍ କ୍ୟାଟ୍ସଙ୍କ ସଂରକ୍ଷଣ ପାଇଁ ବୈଶ୍ୱିକ ପ୍ରୟାସ ଗୁଡିକୁ ସଶକ୍ତ କରିପାରିବା ।

ଆଜି ଆମେ ମହାକାଶ ଏବଂ ପରମାଣୁ ପ୍ରଯୁକ୍ତି ବିଦ୍ୟାକୁ ଜନ କଲ୍ୟାଣ ପାଇଁ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଲୁ । ଏହି ଗୁରୁତ୍ୱପୁର୍ଣ୍ଣ କ୍ଷେତ୍ରରେ କଠିନ ପଦକ୍ଷେପର ଚିହ୍ନଟ କରି ଆମେ ଆଗକୁ ବଢିବାର ନିର୍ଣ୍ଣୟ ନେଇଛୁ ।

ବନ୍ଧୁଗଣ,

ଆଜି ଆମେ ଅନେକ ବୈଶ୍ୱିକ ଏବଂ ଆଂଚଳିକ ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରିଛୁ ।

ଭାରତ ମହାସାଗର ସହିତ ଜଡିତ ଦେଶ ଭାବେ ଆମେ ସାମୁଦ୍ରିକ ନିରାପତା, ଡକାୟତି, ନିଶା କାରବାର, ଭଳି ଆହ୍ୱାନଗୁଡିକର ମୁକାବିଲା କରିବା ପାଇଁ ପାରସ୍ପରିକ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛୁ ।

ଭାରତ- ପ୍ରଶାନ୍ତ ମହାସାଗରରେ ସମସ୍ତ ପ୍ରୟାସ କ୍ଷେତ୍ରରେ ଆମେ ତାଞ୍ଜାନିଆକୁ ଏକ ମୂଲ୍ୟବାନ ସହଭାଗୀ ଭାବେ ଦେଖୁଛୁ ।

ଆତଙ୍କବାଦ ମାନବଜାତି ପାଇଁ ସବୁଠାରୁ ବଡ଼ ଗୁରୁତର ବିପଦ ବୋଲି ଭାରତ ଏବଂ ତାଞ୍ଜାନିଆ ସହମତ ହୋଇଛନ୍ତି ।

ଏହି ସମ୍ବନ୍ଧରେ ଆମେ ଆତଙ୍କବାଦର ମୁକାବିଲା ପାଇଁ ପାରସ୍ପରିକ ସହଯୋଗ ବୃଦ୍ଧି କରିବାକୁ ନିଷ୍ପତି ନେଇଛୁ ।

ବନ୍ଧୁଗଣ,

ଆମ ସମ୍ବନ୍ଧର ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଶୃଙ୍ଖଳ ହେଉଛି ଆମର ଶତାବ୍ଦୀ ପୁରୁଣା ସୁଦୃଢ ଜନରୁ ଜନ ସହଯୋଗ ।

ଗୁଜରାଟର ମାଣ୍ଡଭୀ ବନ୍ଦର ଏବଂ ଜାଞ୍ଜିବର ମଧ୍ୟରେ ଦୁଇ ହଜାର ବର୍ଷ ପୂର୍ବରୁ ବ୍ୟବସାୟ କାରବାର ହେଉଥିଲା ।

ଭାରତର ସିଦି ଜାତିର ଉତ୍ପତି ପୂର୍ବ ଆଫ୍ରିକାର ଜାଞ୍ଜ୍ୟା ଉପକୂଳରେ ହୋଇଥିଲା ।

ଆଜି ମଧ୍ୟ ବିପୁଳ ସଂଖ୍ୟାରେ ଭାରତର ଲୋକ ତାଞ୍ଜାନିଆକୁ ନିଜର ଦ୍ୱିତୀୟ ଘର ବୋଲି ବିବେଚନା କରିଥାନ୍ତି ।

ସେମାନଙ୍କ ଦେଖାରଖା ପାଇଁ ତାଞ୍ଜାନିଆରୁ ମିଳୁଥିବା ସମର୍ଥନ ଲାଗି ମୁଁ ରାଷ୍ଟ୍ରପତି ହସନଙ୍କୁ ଆନ୍ତରିକ କୃତଜ୍ଞତା ବ୍ୟକ୍ତ କରୁଛି ।

ଯୋଗ ସହିତ କବାଡି ଏବଂ କ୍ରିକେଟର ଲୋକପ୍ରିୟତା ମଧ୍ୟ ତାଞ୍ଜାନିଆରେ ବୃଦ୍ଧି ପାଉଛି ।

ଆମେ ଦୁଇ ଦେଶର ଲୋକଙ୍କ ମଧ୍ୟରେ ପାରସ୍ପରିକ ଆତ୍ମୀୟତା ବୃଦ୍ଧି କରିବା ପାଇଁ ପ୍ରୟାସ ଜାରି ରଖିବୁ ।

ମହାମହିମ,

ପୁଣି ଥରେ ଆପଣଙ୍କୁ ଏବଂ ଆପଣଙ୍କର ପ୍ରତିନିଧିମାନଙ୍କୁ ଭାରତରେ ସ୍ୱାଗତ କରୁଛି ।

ବହୁତ- ବହୁତ ଧନ୍ୟବାଦ ।

      *****

AH



(Release ID: 1966006) Visitor Counter : 67