ପୋଷ୍ଟ କରାଯିବା ଦିନାଙ୍କ:
04 OCT 2023 7:26PM by PIB Bhubaneswar
ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ପୁରୁଷ ଜାଭେଲିନ ପ୍ରତିଯୋଗିତାରେ କ୍ରମାଗତ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
ଏସୀୟ କ୍ରୀଡ଼ାରେ ନୀରଜ ଚୋପ୍ରାଙ୍କ ପାଇଁ ଜାଭେଲିନ ଥ୍ରୋରେ କ୍ରମାଗତ ଦ୍ୱିତୟ ସ୍ୱର୍ଣ୍ଣ । ଏହି ଐତିହାସିକ କୀର୍ତ୍ତି ପାଇଁ ତାଙ୍କୁ ଅଭିନନ୍ଦନ । ଏହି ଚମତ୍କାର ବିଜୟ ତାଙ୍କ ଉତ୍ସର୍ଗ ଏବଂ ବର୍ଷ ବର୍ଷ ପ୍ରଶିକ୍ଷଣର ଫଳ । ସେ ସଫଳତାର ନୂଆ ଉଚ୍ଚତାକୁ ଛୁଅଁନ୍ତୁ । ତାଙ୍କ ପାଇଁ ଶୁଭକାମନା ।’
SR