ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସୀୟ କ୍ରୀଡାରେ ମହିଳା ୫୪ କିଲୋଗ୍ରାମରେ ବ୍ରୋଞ୍ଜ ଜିତିଥିବାରୁ ପ୍ରଧାନମନ୍ତ୍ରୀ ବକ୍ସର ପ୍ରୀତି ପାୱାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି

Posted On: 03 OCT 2023 9:34PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବକ୍ସର ପ୍ରୀତି ପାୱାରଙ୍କୁ ଏସୀୟ କ୍ରୀଡାରେ ଭାରତ ପାଇଁ ୫୪ କିଲୋଗ୍ରାମରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।

ସେ କହିଛନ୍ତି ଯେ ୧୯ ବର୍ଷ ବୟସ୍କ କ୍ରୀଡାବିତ୍‌ଙ୍କ ପ୍ରଦର୍ଶନ ପାଇଁ ସେ ଗର୍ବିତ, ଯାହା ତାଙ୍କର ସ୍ଥିରତା, ଉତ୍ସର୍ଗୀକୃତ ଚିନ୍ତାଧାରା ଏବଂ କଦାପି  ନହାରିବା ମନୋଭାବର ପ୍ରମାଣ ଅଟେ ।

ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି:

ଜଣେ ଦକ୍ଷ କ୍ରୀଡାବିତ୍ ଯାହାଙ୍କର କଠିନ ପରିଶ୍ରମ ଏସୀୟ କ୍ରୀଡାରେ ଭାରତ ପାଇଁ ମହିଳା ୫୪ କିଲୋଗ୍ରାମରେ ବ୍ରୋଞ୍ଜ ପଦକ ହାସଲ କରିଛି ।

ପ୍ରୀତି ପାୱାରଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ଗର୍ବିତ, ଯାହା ତାଙ୍କର ସ୍ଥିରତା, ଉତ୍ସର୍ଗୀକୃତ ଚିନ୍ତାଧାରା ଏବଂ କଦାପି  ନହାରିବା ମନୋଭାବର ପ୍ରମାଣ ଅଟେ ।

***

SSP



(Release ID: 1964268) Visitor Counter : 91