ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡାରେ ମହିଳା ୫୪ କିଲୋଗ୍ରାମରେ ବ୍ରୋଞ୍ଜ ଜିତିଥିବାରୁ ପ୍ରଧାନମନ୍ତ୍ରୀ ବକ୍ସର ପ୍ରୀତି ପାୱାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି

प्रविष्टि तिथि: 03 OCT 2023 9:34PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବକ୍ସର ପ୍ରୀତି ପାୱାରଙ୍କୁ ଏସୀୟ କ୍ରୀଡାରେ ଭାରତ ପାଇଁ ୫୪ କିଲୋଗ୍ରାମରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।

ସେ କହିଛନ୍ତି ଯେ ୧୯ ବର୍ଷ ବୟସ୍କ କ୍ରୀଡାବିତ୍‌ଙ୍କ ପ୍ରଦର୍ଶନ ପାଇଁ ସେ ଗର୍ବିତ, ଯାହା ତାଙ୍କର ସ୍ଥିରତା, ଉତ୍ସର୍ଗୀକୃତ ଚିନ୍ତାଧାରା ଏବଂ କଦାପି  ନହାରିବା ମନୋଭାବର ପ୍ରମାଣ ଅଟେ ।

ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି:

ଜଣେ ଦକ୍ଷ କ୍ରୀଡାବିତ୍ ଯାହାଙ୍କର କଠିନ ପରିଶ୍ରମ ଏସୀୟ କ୍ରୀଡାରେ ଭାରତ ପାଇଁ ମହିଳା ୫୪ କିଲୋଗ୍ରାମରେ ବ୍ରୋଞ୍ଜ ପଦକ ହାସଲ କରିଛି ।

ପ୍ରୀତି ପାୱାରଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ଗର୍ବିତ, ଯାହା ତାଙ୍କର ସ୍ଥିରତା, ଉତ୍ସର୍ଗୀକୃତ ଚିନ୍ତାଧାରା ଏବଂ କଦାପି  ନହାରିବା ମନୋଭାବର ପ୍ରମାଣ ଅଟେ ।

***

SSP


(रिलीज़ आईडी: 1964268) आगंतुक पटल : 150
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Malayalam