ପୋଷ୍ଟ କରାଯିବା ଦିନାଙ୍କ:
21 SEP 2023 10:49PM by PIB Bhubaneswar
ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ସମ୍ବିଧାନ (୧୨୮ତମ ସଂଶୋଧନ) ବିଲ୍, ୨୦୨୩ ଉପରେ ଆଲୋଚନା ସମାପ୍ତ କରିବାବେଳେ କହିଛନ୍ତି ଯେ, ଗତ ଦୁଇ ଦିନ ଧରି ସଂସଦରେ ଫଳପୂର୍ଣ୍ଣ ଭାବେ ଚର୍ଚ୍ଚା ଏବଂ ତର୍କ ଚାଲିଛି, ଯେଉଁଠି ପ୍ରାୟ ୧୩୨ ମାନନୀୟ ସଦସ୍ୟ ସେମାନଙ୍କ ମତ ରଖିଛନ୍ତି । ଏହି ଆଲୋଚନାରେ ପ୍ରତ୍ୟେକ ଶବ୍ଦର ଅର୍ଥ ଏବଂ ମହତ୍ତ୍ୱ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ଦେଶର ଆଗାମୀ ସଂସଦୀୟ ଯାତ୍ରାରେ ଅତ୍ୟନ୍ତ ଉପଯୋଗୀ ହେବ ବୋଲି ରେଖାଙ୍କିତ କରିଥିଲେ ।
ଏହି ବିଲ୍ ପାଇଁ ଗୃହର ସଦସ୍ୟଙ୍କ ସମର୍ଥନକୁ ଦୋହରାଇବା ସହ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ । ସେ କହିଥିଲେ, ଏହି ଭାବନା ଦେଶର ଲୋକଙ୍କ ମଧ୍ୟରେ ଏକ ନୂଆ ଆତ୍ମବିଶ୍ୱାସ ସୃଷ୍ଟି କରିବ । ସମସ୍ତ ସଦସ୍ୟ ତଥା ସବୁ ରାଜନୈତିକ ଦଳ ଏଥିରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି ।
ସେ ଗୁରୁତ୍ୱ ଦେଇ କହିଥିଲେ, ଏପରି ନୁହେଁ ଯେ ଏହି ବିଧେୟକ ପାରିତ ହେବା ପରେ ନାରୀଶକ୍ତିକୁ ବିଶେଷ ସମ୍ମାନ ମିଳିଛି, ବରଂ ଏହି ବିଲ୍ ପ୍ରତି ସମସ୍ତ ରାଜନୈତିକ ଦଳର ସକାରାତ୍ମକ ଭାବନା ଆମ ଦେଶର ନାରୀଶକ୍ତି ମଧ୍ୟରେ ନୂଆ ଉର୍ଜା ସଞ୍ଚାର କରୁଛି । ସେ ଆହୁରି କହିଛନ୍ତି ଯେ, ଏହି ବିଧେୟକ ଭାରତର ଉଜ୍ଜ୍ୱଳ ଭବିଷ୍ୟତର ଗ୍ୟାରେଣ୍ଟି ହେବ କାରଣ ଏହା ନେତୃତ୍ୱର ସହ ଆଗକୁ ବଢ଼ିବ ଏବଂ ନୂଆ ଆତ୍ମବିଶ୍ୱାସର ସହ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେବ ।
ସମ୍ବୋଧନ ଶେଷ କରି ପ୍ରଧାନମନ୍ତ୍ରୀ ବିଚାରପୂର୍ଣ୍ଣ ଆଲୋଚନାବେଳେ ବ୍ୟକ୍ତ କରାଯାଇଥିବା ଭାବନା ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ ସର୍ବସମ୍ମତିରେ ଏହି ବିଧେୟକ ପାରିତ କରିବା ପାଇଁ ଉଚ୍ଚସଦନକୁ ନିବେଦନ କରିଥିଲେ ।
SR