ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ା ୨୦୨୨ରେ ୧୦ ମିଟର ଏୟାର ପିସ୍ତଲ ମହିଳା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ପଲକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଖୁସି

ପୋଷ୍ଟ କରାଯିବା ଦିନାଙ୍କ: 29 SEP 2023 2:16PM by PIB Bhubaneswar

ହାଙ୍ଗଝୌରେ ଚାଲିଥିôବା ଏସୀୟ କ୍ରୀଡ଼ା ୨୦୨୨ରେ ୧୦ ମିଟର ଏୟାର ପିସ୍ତଲ ମହିଳା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିିତିଥିବା ପଲକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ସୁଟିଂରେ ଭାରତ ପାଇଁ ଆଉ ଏକ ବିଶେଷ ମୁହୂର୍ତ୍ତ!

 

ପଲକଙ୍କୁ ତାଙ୍କ ଅତୁଳନୀୟ ପ୍ରଦର୍ଶନ ଏବଂ ୧୦ ମିଟର ଏୟାର ପିସ୍ତଲ ମହିଳା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିବା ପାଇଁ ଅଭିନନ୍ଦନ । ତାଙ୍କ ସଠିକ୍ ଲକ୍ଷ୍ୟ ଏବଂ ଧ୍ୟାନ ଆମ ଦେଶକୁ ଗୌରବ ଆଣି ଦେଇଛି । ତାଙ୍କ ଆଗାମୀ ପ୍ରୟାସ ପାଇଁ ଶୁଭକାମନା ଜଣାଉଛି ।’

 

SR


(ରିଲିଜ ଆଡି: 1962310) ପରିଦର୍ଶକ କାଉଣ୍ଟର : 114