ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଏସିଆନ ଗେମ୍ସ ୨୦୨୨ରେ ୫୦ ମିଟର ରାଇଫଲ ୩ପିରେ ପୁରୁଷ ଟିମ ଦ୍ୱାରା ସ୍ୱର୍ଣ୍ଣ ପଦକ ବିଜୟ ପାଇଁ ଖୁସି ବ୍ୟକ୍ତ କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
29 SEP 2023 10:09AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଝୋଉରେ ଏସିଆନ ଗେମ୍ସ ୨୦୨୨ରେ ପୁରୁଷ ୫୦ ମିଟର ରାଇଫଲ ୩ପିଏସ ଟିମ ଇଭେଂଟରେ ବିଶ୍ୱ ରେକର୍ଡ ସ୍ଥାପନ ଏବଂ ସ୍ୱର୍ଣ୍ଣ ପଦକ ବିଜୟ ନିମନ୍ତେ ସ୍ୱପ୍ନିଳ କୁସାଲେ, ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର ଏବଂ ଅଖିଳ ଶିଓରାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ନିଜର ଏକ ପୋଷ୍ଟରେ ଲେଖିଛନ୍ତି;
‘‘ଏକ ଚମକ୍ରାର ବିଜୟ, ପ୍ରତିଷ୍ଠିତ ସ୍ୱର୍ଣ୍ଣ ଏବଂ ଏକ ବିଶ୍ୱ ରେକର୍ଡ! ଏସିଆନ ଗେମ୍ସରେ ପୁରୁଷ ୫୦ ମିଟର ରାଇଫଲ ୩ପି ଟିମ ଇଭେଂଟରେ ବିଜୟ ପାଇଁ ସ୍ୱପ୍ନିଳ କୁସାଲେ, ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର ଏବଂ ଅଖିଳ ଶିଓରାନଙ୍କୁ ଶୁଭେଚ୍ଛା । ସେମାନେ ଅସାଧାରଣ ଦୃଢ଼ ସଂକଳ୍ପ ଏବଂ ଟିମୱର୍କ ପ୍ରଦର୍ଶନ କରିଛନ୍ତି ।’’
SR
(ରିଲିଜ ଆଡି: 1962277)
ପରିଦର୍ଶକ କାଉଣ୍ଟର : 115
ଏହି ରିଲିଜ ପଢନ୍ତୁ :
Malayalam
,
Kannada
,
Tamil
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Telugu