ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସୁଟିଂରେ ସ୍ୱର୍ଣ୍ଣ ଜିତିଥିôବା ୧୦ ମିଟର ଏୟାର ପିସ୍ତଲ ପୁରୁଷ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
प्रविष्टि तिथि:
28 SEP 2023 11:05AM by PIB Bhubaneswar
ଏସୀୟ କ୍ରୀଡ଼ାରେ ସୁଟିଂରେ ସ୍ୱର୍ଣ୍ଣ ଜିତିଥିବା ୧୦ ମିଟର ଏୟାର ପିସ୍ତଲ ପୁରୁଷ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ସୁଟର ସର୍ବଜୋତ ସିଂ, ଅର୍ଜୁନ ସିଂ ଚେମା ଏବଂ ଶିବ ନରୱାଲ ନିଜ ଦକ୍ଷତା ଏବଂ କୌଶଳ ଦ୍ୱାରା ପୂରା ଦେଶକୁ ଗୌରବାନ୍ୱିତ କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଏସୀୟ କ୍ରୀଡ଼ାରେ ଆମ ୧୦ ମିଟର ଏୟାର ପିସ୍ତଲ ପୁରୁଷ ଟିମ୍ ଦ୍ୱାରା ଆଉ ଏକ ସ୍ୱର୍ଣ୍ଣ! ସର୍ବାଜୋତ ସିଂ, ଅର୍ଜୁନ ସିଂ ଚେମା ଏବଂ ଶିବ ନରୱାଲ ସେମାନଙ୍କ ଦକ୍ଷତା ଏବଂ ସଠିକ୍ ଲକ୍ଷ୍ୟ ବଳରେ ସମଗ୍ର ଦେଶକୁ ଗର୍ବିତ କରିଛନ୍ତି । ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ସେମାନଙ୍କ ଭବିଷ୍ୟତର ଉଦ୍ୟମ ପାଇଁ ବହୁତ ଶୁଭେଚ୍ଛା ।’
SR
(रिलीज़ आईडी: 1961747)
आगंतुक पटल : 86
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam