ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଲୋକସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
ପୋଷ୍ଟ କରାଯିବା ଦିନାଙ୍କ:
21 SEP 2023 12:06PM by PIB Bhubaneshwar
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଆପଣ ମୋତେ କହିବା ପାଇଁ ଅନୁମତି ଦେଲେ, ସମୟ ଦେଲେ, ଏଥିପାଇଁ ମୁଁ ଆପଣଙ୍କୁ ବହୁତ କୃତଜ୍ଞତା ଜଣାଉଛି ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ମୁଁ କେବଳ 2-4 ମିନିଟ୍ ନେବାକୁ ଚାହୁଁଛି । କାଲି ଭାରତର ସଂସଦୀୟ ଯାତ୍ରାରେ ଏକ ସ୍ୱର୍ଣ୍ଣିମ ମୁହୂର୍ତ ଥିଲା । ଆଉ ସେହି ସ୍ୱର୍ଣ୍ଣିମ ମୁହୂର୍ତର ଅଧିକାରୀ ହେଉଛନ୍ତି ଏହି ସଦନର ସମସ୍ତ ସଦସ୍ୟ, ହେଉଛନ୍ତି ସମସ୍ତ ଦଳର ସଦସ୍ୟ, ସମସ୍ତ ଦଳର ନେତା ମଧ୍ୟ । ସଦନରେ ହେଉ ଅବା ସଦନର ବାହାରେ ହେଉ ସେମାନେ ମଧ୍ୟ ହେଉଛନ୍ତି ସେତିକି ହକଦାର । ଆଉ ଏଥିପାଇଁ ମୁଁ ଆଜି ଆପଣମାନଙ୍କ ମାଧ୍ୟମରେ ଏହି ବହୁତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିରେ ଏବଂ ଦେଶର ମାତୃଶକ୍ତି ମଧ୍ୟରେ ଏକ ନୂତନ ଉର୍ଜ୍ଜା ଭରି ଦେବାରେ, ଏହା କାଲିର ନିର୍ଣ୍ଣୟ ଏବଂ ଆଜି ରାଜ୍ୟସଭାରେ ଆଲୋଚନା ପରେ ଆମେ ଶେଷ ସୋପାନ ମଧ୍ୟ ସମ୍ପୂର୍ଣ୍ଣ ପୂରଣ କରିନେବା, ଦେଶର ମାତୃଶକ୍ତିର ଯେଉଁ ମନୋଭାବ ବଦଳିବ, ଯେଉଁ ବିଶ୍ୱାସ ସୃଷ୍ଟି ହେବ, ତାହା ଦେଶକୁ ନୂତନ ଶିଖରକୁ ନେଇଯିବା ଭଳି ଏକ ଅକଳ୍ପନୀୟ, ଅପ୍ରତିମ ଶକ୍ତି ଭାବେ ବିକଶିତ ହେବ, ଏହା ମୁଁ ଅନୁଭବ କରୁଛି । ଆଉ ଏହି ପବିତ୍ର କାର୍ଯ୍ୟକୁ କରିବା ପାଇଁ ଆପଣ ସମସ୍ତେ ଯେଉଁ ଯୋଗଦାନ ଦେଇଛନ୍ତି, ସମର୍ଥନ ଦେଇଛନ୍ତି, ସାର୍ଥକ ଚର୍ଚ୍ଚା କରିଛନ୍ତି, ସଦନର ନେତା ଭାବେ, ମୁଁ ଆଜି ଆପଣ ସମସ୍ତଙ୍କୁ ସମ୍ପୂର୍ଣ୍ଣ ହୃଦୟର ସହିତ, ଆନ୍ତରିକତାର ସହିତ ଆଦର ପୂର୍ବକ ଅଭିନନ୍ଦନ ଜଣାଇବା ପାଇଁ ଠିଆ ହୋଇଛି, ଧନ୍ୟବାଦ ଜଣାଇବା ପାଇଁ ଠିଆ ହୋଇଛି ।
ନମସ୍କାର ।
*****
AH
(ରିଲିଜ ଆଡି: 1959681)
ପରିଦର୍ଶକ କାଉଣ୍ଟର : 112
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam