ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସେପ୍ଟେମ୍ବର ୨୨ରେ ଜି୨୦ ଟିମ୍ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ


ଜି୨୦ ସମ୍ମିଳନୀର ସଫଳତା ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିଥିବା ପ୍ରାୟ ୩ ହଜାର ଲୋକ ଏଥିରେ ସାମିଲ ହେବେ

ତୃଣମୂଳ ସ୍ତରରେ କାର୍ଯ୍ୟ କରିଥିବା ଅଧିକାରୀ, ବିଭିନ୍ନ ମନ୍ତ୍ରଣାଳୟର ମନ୍ତ୍ରୀ ଏବଂ ଅଧିକାରୀମାନେ ମଧ୍ୟ ଏଥିରେ ଭାଗ ନେବେ

Posted On: 21 SEP 2023 9:32PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୨ ସନ୍ଧ୍ୟା ୬ଟାରେ ଭାରତ ମଣ୍ଡପମରେ ଜି-୨୦ ଟିମ୍ ସହ ବାର୍ତ୍ତାଳାପ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ । ରାତ୍ରିଭୋଜନ ପରେ ଆଲୋଚନା ହେବ ।

 

ଏହି ସମାବେଶରେ ଜି-୨୦ ସମ୍ମିଳନୀକୁ ସଫଳ କରିବାରେ ଯୋଗଦାନ କରିଥିବା ପ୍ରାୟ ୩ ହଜାର ଲୋକ ସାମିଲ ହେବେ । ଏଥିରେ ସମ୍ମିଳନୀକୁ ସୂଚାରୁ ରୂପେ ପରିଚାଳନାକୁ ସୁନିଶ୍ଚିତ କରିବା ଲାଗି ତୃଣମୂଳ ସ୍ତରରେ କାମ କରିଥିବା ବ୍ୟକ୍ତିବିଶେଷମାନେ ଯୋଗ ଦେବେ । ସେମାନଙ୍କ ମଧ୍ୟରେ ବିଭିନ୍ନ ମନ୍ତ୍ରଣାଳୟର ସଫେଇ କର୍ମୀ, ଡ୍ରାଇଭର, ୱେଟରଙ୍କ ସମେତ ମନ୍ତ୍ରଣାଳୟର ଅନ୍ୟ କର୍ମଚାରୀ ରହିଛନ୍ତି । କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ ଏବଂ ମନ୍ତ୍ରୀମାନେ ମଧ୍ୟ ଯୋଗଦେବେ ।

 

SR



(Release ID: 1959594) Visitor Counter : 111