ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଲୋକସଭାରେ ସମ୍ବିଧାନ (୧୨୮ତମ ସଂଶୋଧନ) ବିଲ୍, ୨୦୨୩ ର ସମର୍ଥନ ଏବଂ ଅର୍ଥପୂର୍ଣ୍ଣ ବିତର୍କ ପାଇଁ ସମସ୍ତ ସଦସ୍ୟ, ଦଳ ଏବଂ ସେମାନଙ୍କ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


“ଦେଶର ସଂସଦୀୟ ଯାତ୍ରାରେ ଏହା ଏକ ସୁବର୍ଣ୍ଣ ମୁହୂର୍ତ୍ତ”


“ଏହା ମାତୃଶକ୍ତିର ମନୋଭାବକୁ ବଦଳାଇବ ଏବଂ ଏହା ଦ୍ୱାରା ଯେଉଁ ଆତ୍ମବିଶ୍ୱାସ ସୃଷ୍ଟି ହେବ ତାହା ଦେଶକୁ ନୂଆ ଉଚ୍ଚତାରେ ପହଞ୍ଚାଇବା ପାଇଁ ଏକ ଅକଳ୍ପନୀୟ ଶକ୍ତି ଭାବେ ଉଭା ହେବ”

प्रविष्टि तिथि: 21 SEP 2023 12:01PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହର ନେତା ଆଜି ଲୋକସଭାରେ ସମ୍ବିଧାନ (ଏକଶହ ୨୮ତମ ସଂଶୋଧନ) ବିଲ୍, ୨୦୨୩ ର ସମର୍ଥନ ଏବଂ ଅର୍ଥପୂର୍ଣ୍ଣ ବିତର୍କ ପାଇଁ ସମସ୍ତ ରାଜନୈତିକ ଦଳଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନୂତନ ସଂସଦ ଭବନରେ ପ୍ରଥମ ପ୍ରମୁଖ କାର୍ଯ୍ୟ ଭାବେ ଏହି ବିଲ୍ ଉପରେ ଗତକାଲି ଲୋକସଭାରେ ବିତର୍କ ହୋଇ ପାରିତ ହୋଇଥିଲା।

ଆଜି କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ଗତକାଲି 'ଭାରତର ସଂସଦୀୟ ଯାତ୍ରାର ସୁବର୍ଣ୍ଣ ମୁହୂର୍ତ୍ତ' ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଏହି ସଫଳତା ପାଇଁ ସମସ୍ତ ଦଳର ସମସ୍ତ ସଦସ୍ୟ ଏବଂ ସେମାନଙ୍କ ନେତାଙ୍କୁ ଶ୍ରେୟ ଦେଇଥିଲେ। ସେ କହିଛନ୍ତି ଯେ ଗତକାଲିର ନିଷ୍ପତ୍ତି ଏବଂ ରାଜ୍ୟସଭାରେ ଆଗାମୀ ଫଳାଫଳ ମାତୃଶକ୍ତିର ମନୋଭାବକୁ ବଦଳାଇଦେବ ଏବଂ ଏହା ଦ୍ୱାରା ଯେଉଁ ଆତ୍ମବିଶ୍ୱାସ ସୃଷ୍ଟି ହେବ ତାହା ଦେଶକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ  ଏକ ଅକଳ୍ପନୀୟ ଶକ୍ତି ଭାବରେ ଉଭା ହେବ । ଏହି ପବିତ୍ର କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ଗୃହନେତା ଭାବରେ ମୁଁ  ଆପଣଙ୍କ ଅବଦାନ, ସମର୍ଥନ ଏବଂ ଅର୍ଥପୂର୍ଣ୍ଣ ବିତର୍କ ପାଇଁ ହୃଦୟରୁ କୃତଜ୍ଞତା ଜ୍ଞାପନ କରିବାକୁ ଛିଡ଼ା ହୋଇଛି ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ।

HS


(रिलीज़ आईडी: 1959397) आगंतुक पटल : 144
इस विज्ञप्ति को इन भाषाओं में पढ़ें: Khasi , English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam