ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ହୋଏସଲାର ଭବ୍ୟ ସମୂହକୁ ସାମିଲ କରାଯିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 18 SEP 2023 9:19PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହୋଏସଲାର ଭବ୍ୟ ସମୂହକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରାଯିବାକୁ ପ୍ରଶଂସା କରିଛନ୍ତି ।

ୟୁନେସ୍କୋ ପକ୍ଷରୁ କରାଯାଇଥିବା ଏକ୍ସ ପୋଷ୍ଟକୁ ପ୍ରଧାନମନ୍ତ୍ରୀ ସେୟାର କରି କହିଛନ୍ତି:

‘ଭାରତ ପାଇଁ ଅଧିକ ଗର୍ବର କଥା!

ହୋଏସଲାର ଚମତ୍କାର ସମୂହ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହୋଇଛି । ହୋଏସଲାର ମନ୍ଦିରଗୁଡ଼ିକର ଶାଶ୍ୱତ ସୁନ୍ଦରତା ଏବଂ ଉତ୍କର୍ଷତା ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଆମ ପୂର୍ବଜମାନଙ୍କ ଅତୁଳନୀୟ କାରିଗରୀର ପ୍ରମାଣ ।’ 

 

SR



(Release ID: 1958736) Visitor Counter : 82