ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
azadi ka amrit mahotsav

ସୁଭେନ ଫାର୍ମାସ୍ୟୁଟିକାଲ ଲିମିଟେଡରେ ୯,୫୮୯ କୋଟି ଟଙ୍କା ପର୍ଯ୍ୟନ୍ତ ବିଦେଶୀ ନିବେଶକୁ କ୍ୟାବିନେଟ୍ ମଞ୍ଜୁରି

प्रविष्टि तिथि: 13 SEP 2023 3:23PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର କମିଟି ଆଜି ସାଇପ୍ରସର ମେସର୍ସ ବରହୟାନ୍ଦାର ସୁଭେନ୍ ଫାର୍ମାସ୍ୟୁଟିକାଲ ଲିମିଟେଡରେ ,୫୮୯ କୋଟି ଟଙ୍କା ପର୍ଯ୍ୟନ୍ତ ବିଦେଶୀ ପ୍ରତ୍ୟକ୍ଷ ନିବେଶ (ଏଫଡିଆଇ) ପ୍ରସ୍ତାବକୁ ମଞ୍ଜୁରି ଦେଇଛି ଏହି ମଞ୍ଜୁରି ମେସର୍ସ ବରହୟାନ୍ଦା ଲିମିଟେଡ୍‌, ସାଇପ୍ରସ୍ ଦ୍ୱାରା ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ ଏବଂ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଲିମିଟେଡରେ ସୂଚୀବଦ୍ଧ ହୋଇଥିବା ଏକ ପବ୍ଲିକ ଲିମିଟେଡ୍ କମ୍ପାନୀ ସୁଭେନ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡର ୭୬.% ପର୍ଯ୍ୟନ୍ତ ଇକ୍ୱିଟି ସେୟାର ଅଧିଗ୍ରହଣ ନିମନ୍ତେ କରାଯାଇଛି, ଯାହା କି ବାଧ୍ୟତାମୂଳକ ଓପନ ଅଫର ମାଧ୍ୟମରେ ପ୍ରମୋଟର ସେୟାର ହୋଲ୍ଡର ଏବଂ ପବ୍ଲିକ ସେୟାର ହୋଲ୍ଡରଙ୍କଠାରୁ ସେୟାର ଟ୍ରାନ୍ସଫର ଦ୍ୱାରା କରାଯିବ ମେସର୍ସ ସୁଭେନ ଫାର୍ମାସ୍ୟୁଟିକାଲ ଲିମିଟେଡରେ ମୋଟ ବିଦେଶୀ ନିବେଶ ୯୦.% ପର୍ଯ୍ୟନ୍ତ ବଢ଼ିପାରେ

 

ସେବି, ଆରବିଆଇ, ସିସିଆଇ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଏଜେନ୍ସିଗୁଡ଼ିକ ଦ୍ୱାରା ଏହି ପ୍ରସ୍ତାବର ମୂଲ୍ୟାୟନ କରାଯାଇଥିଲା ସମ୍ପୃକ୍ତ ବିଭାଗ, ଆରବିଆଇ ଏବଂ ସେବି ଦ୍ୱାରା ପ୍ରସ୍ତାବର ଅଧ୍ୟୟନ ପରେ ଏହି ଅନୁମୋଦନ ମିଳିଛି ଏବଂ ଏଥିପାଇଁ ପ୍ରଯୁଜ୍ୟ ସମସ୍ତ ନିୟମ ଏବଂ ରେଗୁଲେସନ ମଧ୍ୟ ପୂରଣ ହେବ

 

ବିଦେଶୀ ନିବେଶକ କମ୍ପାନୀ ମେସର୍ସ ବରହୟାନ୍ଦା ଲିମିଟେଡରେ ସମ୍ପୂର୍ଣ୍ଣ ନିବେଶ ଆଡଭେଣ୍ଟ ଫଣ୍ଡ୍ ଦ୍ୱାରା ପରିଚାଳିତ, ଯାହା କି ବିଭିନ୍ନ ଲିମିଟେଡ୍ ପାର୍ଟନର୍ସ (ଏଲପି)ରୁ ପୁଞ୍ଜି ନେଇଥାଏ ଆଡଭେଣ୍ଟ ଫଣ୍ଡଗୁଡ଼ିକ ପରିଚାଳନା ଆମେରିକାରେ ଥିବା ଆଡଭେଣ୍ଟ ଇଣ୍ଟରନ୍ୟାସନାଲ ଦ୍ୱାରା କରାଯାଇଥାଏ ୧୯୮୪ରେ ପ୍ରତିଷ୍ଠିତ ଆଡଭେଣ୍ଟ ଇଣ୍ଟରନ୍ୟାସନାଲ କର୍ପୋରେସନ ୪୨ଟି ଦେଶରେ ପ୍ରାୟ ୭୫ ବିଲିୟନ ଡଲାର ପୁଞ୍ଜି ନିବେଶ କରିଛି ଆଡଭେଣ୍ଟ ଇଣ୍ଡିଆ ୨୦୦୭ରୁ ଭାରତରେ ପୁଞ୍ଜି ବିନିଯୋଗ ଆରମ୍ଭ କରିଥିଲା ଏବଂ ପର୍ଯ୍ୟନ୍ତ ଏହା ସ୍ୱାସ୍ଥ୍ୟସେବା, ଆର୍ôଥକ ସେବା, ଶିଳ୍ପ ଉତ୍ପାଦନ, ଉପଭୋକ୍ତା ସାମଗ୍ରୀ ଏବଂ ଆଇଟି ସେବା କ୍ଷେତ୍ରରେ ପ୍ରାୟ ୨୦ଟି ଭାରତୀୟ କମ୍ପାନୀରେ ପ୍ରାୟ ୩୪ ହଜାର କୋଟି ଟଙ୍କା ନିବେଶ କରିଛି

 

ନୂଆ ନିଯୁକ୍ତି ସୃଷ୍ଟି, ପ୍ଲାଣ୍ଟ ଏବଂ ଉପକରଣରେ ନିବେଶ ମାଧ୍ୟମରେ ଭାରତୀୟ କମ୍ପାନୀର କ୍ଷମତା ସମ୍ପ୍ରସାରଣ ହେଉଛି ଅନୁମୋଦିତ ବିନିଯୋଗର ଉଦ୍ଦେଶ୍ୟ ଆଡଭେଣ୍ଟ ଗ୍ରୁପ୍ ସହ ଜଡ଼ିତ ହେବା ଦ୍ୱାରା ବ୍ୟବସାୟ ବିସ୍ତାର, କାର୍ଯ୍ୟରେ ଉତ୍କର୍ଷତା, ଉତ୍ପାଦନ ବୃଦ୍ଧି ଏବଂ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା, ପରିବେଶ ସୁରକ୍ଷା, ଭାରତୀୟ କମ୍ପାନୀଗୁଡ଼ିକର ମାନବୃଦ୍ଧି ଏବଂ ବିଶ୍ୱସ୍ତରୀୟ ପରିଚାଳନା ସହ ପେସାଦାରମାନଙ୍କୁ ଉତ୍କୃଷ୍ଟ ତାଲିମ ସୁଯୋଗ ପ୍ରଦାନ କରିବାରେ ସୁଭେନ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡକୁ ବୃହତ ପ୍ଲାଟଫର୍ମ ମିଳିବ ବୋଲି ଆଶା କରାଯାଏ

 

ତ୍ୱରିତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିକାଶ ପାଇଁ ପ୍ରଯୁକ୍ତି, ଉଦ୍ଭାବନ, ଦକ୍ଷତା, ଘରୋଇ ଉତ୍ପାଦକତା  ମାପିବା, ପ୍ରତିଦ୍ୱନ୍ଦ୍ୱିତା ଏବଂ ଅନ୍ୟାନ୍ୟ ଲାଭ ମାଧ୍ୟମରେ ନିଯୁକ୍ତି ସୃଷ୍ଟି ପାଇଁ ପୁଞ୍ଜି ବିନିଯୋଗ  ଆଦି ଲାଗି ବୈଶ୍ୱିକ ଶ୍ରେଷ୍ଠ ପରିଚାଳନା ନିମନ୍ତେ ଫାର୍ମାସ୍ୟୁଟିକାଲ କ୍ଷେତ୍ରରେ ସରକାର ଏକ ନିବେଶକ-ଅନୁକୂଳ ବିଦେଶୀ ପ୍ରତ୍ୟକ୍ଷ ନିବେଶ(ଏଫଡିଆଇ) ନୀତି ବ୍ୟବସ୍ଥା କରିଛନ୍ତି

 

ଏଫଡିଆଇ ନୀତି ଅନୁଯାୟୀ, ଗ୍ରୀନ୍ ଫିଲ୍ଡ ଫାର୍ମାସ୍ୟୁଟିକାଲ ପ୍ରୋଜେକ୍ଟରେ ସ୍ୱୟଂଚାଳିତ ମାର୍ଗରେ ଶତପ୍ରତିଶତ ବିଦେଶୀ ପୁଞ୍ଜି ବିନିଯୋଗ ଅନୁମତି ରହିଛି ବ୍ରାଉନଫିଲ୍ଡ ଫାର୍ମାସ୍ୟୁଟିକାଲ ପ୍ରୋଜେକ୍ଟରେ ସ୍ୱୟଂଚାଳିତ ଭାବେ ୭୪% ପର୍ଯ୍ୟନ୍ତ ପୁଞ୍ଜି ନିବେଶ ଲାଗି ଅନୁମତି ରହିଛି କିନ୍ତୁ ୭୪%ରୁ ଅଧିକ ପୁଞ୍ଜି ନିବେଶ ପାଇଁ  ସରକାରୀ ଅନୁମୋଦନ ଆବଶ୍ୟକ ଫାର୍ମାସ୍ୟୁଟିକାଲ କ୍ଷେତ୍ରର ମୋଟ ଏଫଡିଆଇ ଗତ ବର୍ଷ (୨୦୧୮-୧୯ରୁ ୨୦୨୨-୨୩) ମଧ୍ୟରେ ୪୩,୭୧୩ କୋଟି ଟଙ୍କା ହୋଇଛି ଗତ ଆର୍ଥିକ ବର୍ଷରେ ଏଫଡିଆଇରେ ୫୮% ବୃଦ୍ଧି ଘଟିଛି

 

 

SR


(रिलीज़ आईडी: 1957205) आगंतुक पटल : 136
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam